ବଡ଼ ଖବର; ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’

0

ଭୁବନେଶ୍ୱର(ଆମ ଟିଭି): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ମାଡି ଆସୁଛି। ଓଡ଼ିଶା ଉପକୂଳ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି। ୨୪ତାରିଖ ରାତି ଓ ୨୫ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ସ୍ଥଳଭାଗ ଛୁଇଁବା ବେଳେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିବ। ବାତ୍ୟା ପ୍ରଭାବରେ ଆଜି ସନ୍ଧ୍ୟାରୁ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହେବ।

ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ ଓ ପାଶ୍ୱବର୍ତ୍ତୀ କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ତାରିଖରେ ଅତି ପ୍ରବଳ ବର୍ଷା ନେଇ ୪ଜିଲା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨୫ ତାରିଖରେ ମଧ୍ୟ ବର୍ଷା ପ୍ରଭାବ ରହିବ। ଆସନ୍ତା ୨୬ ତାରିଖରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.