UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ୧୦ ହଜାରରୁ ଅଧିକ ପେମେଣ୍ଟ କଲେ ୧ ଘଣ୍ଟା ହେବ ହୋଲ୍ଡ

0

ଦେଶରେ ଅନଲାଇନ ଫ୍ରଡକୁ ରୋକିବା ପାଇଁ ଆରବିଆଇ କଡ଼ା ପଦକ୍ଷେପ ନେଇଛି । ଏହା ଏବେ ଲାଗୁ ହୋଇନାହିଁ । ଏହି ପ୍ଲାନରେ କିଲ୍ ସୁଇଚ୍ ଠାରୁ ଆରମ୍ଭ କରି ପେମେଣ୍ଟ ହେବାର ୧ ଘଣ୍ଟା ଯାଏଁ ବିଳମ୍ବ ସାମିଲ ରହିଛି । ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟ ଅନୁସାରେ, ୨୦୨୫ରେ ୨୮ ଲକ୍ଷ ଟଙ୍କାର ଡିଜିଟାଲ ଫ୍ରଡ ହୋଇଛି । ସାଧାରଣ ଜନତାଙ୍କ ବ୍ୟାଙ୍କ ଖାତାରୁ ୨୨.୯୩୧ ଟଙ୍କା ଚୋରି ହୋଇଛି । ୯୮ ପ୍ରତିଶତରୁ ଅଧିକ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଦେଣନେଣ ରହିଛି । ତେଣୁ ଆରବିଆଇ ଡିଜିଟାଲ ପେମେଣ୍ଟ ସୁରକ୍ଷାକୁ ଖାସ୍ ଫୋକସ କରି ଏଭଳି ପଦକ୍ଷେପ ନେଇଛି ।

 

କିଲ୍ ସୁଇଚ :

 

ଯଦି ୟୁଜର୍ସକୁ ଧୋକା ହେବା ଭଳି ଅନୁଭବ ହୁଏ ତେବେ ସିଙ୍ଗଲ କ୍ଲିକରେ ନିଜର ସମସ୍ତ ଆକାଉଣ୍ଟର ଡିଜିଟାଲ ପେମେଣ୍ଟ ମୋଡକୁ ବନ୍ଦ କରିପାରିବେ । ତେଣୁ କିଲ୍ ସୁଇଚ ମାଧ୍ୟମରେ ୟୁପିଆଇ, ନେଟ ବ୍ୟାଙ୍କିଂ ଏବଂ କାର୍ଡସ ବନ୍ଦ ହୋଇଯିବ ।

 

୧ ଘଣ୍ଟା ହୋଲ୍ଡ :

 

୧୦ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ୧ ଘଣ୍ଟା ହୋଲ୍ଡ ହେବ । ଏହି ସମୟରେ ଯଦି ୟୁଜର୍ସଙ୍କୁ କୌଣସି ଭୁଲ କିମ୍ବା ଫ୍ରଡ୍ ପେମେଣ୍ଟ ବୋଲି ଜାଣନ୍ତି, ତେବେ ତୁରନ୍ତ ବ୍ୟାଙ୍କକୁ ଏହି ସୂଚନା ଦେଇପାରିବେ ଏବଂ ଟ୍ରାଞ୍ଜାକ୍ସନ କ୍ୟାନସେଲ୍ କରିପାରିବେ ।

ଟ୍ରଷ୍ଟେଡ ପର୍ସନ :

୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ଭରସାଯୋଗ୍ୟ ବ୍ୟକ୍ତିଙ୍କ ଭେରିଫିକେସନ ଜରୁରୀ ।

ମଲ୍ଟି ଫାକ୍ଚର ଅଥେଣ୍ଟିକେସନ (MFA) :

ଏଥିରେ କେବଳ ଓଟିପି ଯଥେଷ୍ଟ ନୁହେଁ, ଅଧିକ ଟ୍ରାଞ୍ଜାକସନ ପାଇଁ ଡିଭାଇସ ଚେକ୍, ବାୟୋମେଟ୍ରିକ୍ସ, ପିନ୍ ଇତ୍ୟାଦି ଦରକାର ।

Leave A Reply

Your email address will not be published.