ଗ୍ରୀନ ଚିଲିଜ୍ ଦ୍ବିତୀୟ ଲକିଡ୍ରରେ ଗ୍ରାହକ ପାଇଲେ ସ୍କୁଟି

0

ବ୍ରହ୍ମପୁର,୦୬/୦୨; ବ୍ରହ୍ମପୁର ରମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ନିକଟରେ ଥିବା ଗ୍ରୀନ ଚିଲିଜ୍ ରେଷ୍ଟୁରାଣ୍ଟ ପକ୍ଷରୁ ଗ୍ରାହକଙ୍କ ପାଇଁ ଇଟ୍ ଏଣ୍ଡ ୱିନ୍ ନାମରେ ସ୍ଵତନ୍ତ୍ର ଅଫର ଆରମ୍ଭ ହୋଇଥିଲା। ପ୍ରଥମ ଥର ବ୍ରହ୍ମପୁର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ସମୟରେ ଗ୍ରାହକଙ୍କ ଆଗ୍ରହକୁ ଦେଖି କୁପନ ମାଧ୍ୟମରେ ଏକ ଲକି ଡ୍ର ବ୍ୟବସ୍ଥା ରହିଥିଲା। ଏହା ପରେ ଗତ ବର୍ଷ ଅଗଷ୍ଟ ମାସ ୧୫ ତାରିଖ ଠାରୁ ଦ୍ୱିତୀୟ ଲକି ଡ୍ର ନିମନ୍ତେ ଗ୍ରାହକଙ୍କ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଥିଲା ।ପ୍ରତ୍ୟେକ ଦିନ ଯେଉଁ ଗ୍ରାହକ ୨୯୯ଟଙ୍କା ରୁ ଉର୍ଦ୍ଧ ବିଲ କରୁଥିଲେ ସେଥିରେ ଗ୍ରାହକଙ୍କୁ ଏକ କୁପନ ପ୍ରଦାନ କରାଯାଉଥିଲା।ଗତ ବର୍ଷ ଅଗଷ୍ଟ ୧୫ ତାରିଖରୁ ଚଳିତ ବର୍ଷ ଫେବୃଆରୀ ୦୫ ପଯ୍ୟନ୍ତ ଉପଲବ୍ଧ ରହିଥିଲା ।

ଆଜି ଅପରାହ୍ନରେ ଗ୍ରୀନ ଚିଲିଜର ବ୍ରାଣ୍ଡ ଆମ୍ବସଡର୍ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଲକି ଡ୍ର କୁପନ୍ ବାହାର କରି ବିଜେତାଙ୍କ ନାମ ଘୋଷଣା କରିଥିଲେ।। ଉପହାର ବିଜେତା ହେଉଛନ୍ତି ଶ୍ରୀନିବାସ ପାତ୍ର, ସେ ହେଉଛନ୍ତି ହିଞ୍ଜିଳିକାଟୁ ବାସିନ୍ଦା। ବିଜେତାଙ୍କୁ ଗ୍ରୀନ ଚିଲିଜ୍ ପକ୍ଷରୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ସ୍କୁଟି ଚାବି ପ୍ରଦାନ କରାଯାଇଥିଲା। ଶ୍ରୀ ପାତ୍ର ପ୍ରତିକ୍ରିୟାରେ ଗ୍ରୀନ ଚିଲିଜ୍ ରେଷ୍ଟୁରାଣ୍ଟ ଖାଦ୍ୟ ସମସ୍ତ ହୋଟେଲ ଠାରୁ ସ୍ୱତନ୍ତ୍ର ,ଏଠିକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ସୁସ୍ୱାଦୁ ସହ ଖାଦ୍ୟ ପ୍ରସ୍ତୁତି ଏବଂ ପରସା ଯିବା ବ୍ୟବସ୍ଥା ଭଲ ରହିଛି । ଅଞ୍ଚଳବାସୀ ଆସି ନୂତନ ବ୍ୟଞ୍ଜନ ପାରିବାର ସହ ଆସି ଟେଷ୍ଟ କରନ୍ତୁ ବୋଲି କହିଥିଲେ।ଉପହାର ପ୍ରଦାନ ବେଳେ ଗ୍ରୀନ ଚିଳିଜ୍ ପ୍ରତିଷ୍ଠାତା କେଶବ୍ ରାଓ , ଏମଡି ଜୟ ପ୍ରସାଦ ରାଓ , ଗ୍ରୀନ ଚିଳିଜ୍ ବ୍ରହ୍ମପୁର ମୁଖ୍ୟ ତେଜେଶ୍ୱର୍ ରାଓ , ସନ୍ତୋଷ ପାଣିଗ୍ରାହୀ,ରଞ୍ଜିତ ପାଢ଼ୀ ଓ ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.