ୱାଲର୍କସ କ୍ଳବ ପକ୍ଷରୁ ଗଣମାଧ୍ୟମ ସଂଯୋଜକ ଭରତ ପ୍ରଧାନଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସଚେତନତା ଓ ୱାକର୍ସ ମୁଭମେଣ୍ଟକୁ ତ୍ୱରାନ୍ୱିତ କରି ଆସୁଥିବା ଅଗ୍ରଣୀ ଅନୁଷ୍ଠାନ ଆଣ୍ଡ ଫିଟନେସ ୱାଲର୍କସ କ୍ଳବ ପକ୍ଷରୁ ଗଣମାଧ୍ୟମ ସଂଯୋଜକ ଭରତ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏକ ନିରାଡମ୍ବର ଉତ୍ସବ ରେ ତୁଷାର ଚାରିଟେବୁଲ ଟ୍ରଷ୍ଟର ମିଳିତ ପ୍ରଚେଷ୍ଟାରେ ମାନପତ୍ର ଓ ଟ୍ରଫି ଆଦି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଅରୁଣ କୁମାର ଭଦ୍ରା ଯୋଗଦେଇଥିବା ବେଳେ କମ ବୟସରୁ ଗଣମାଧ୍ୟମରେ କାମ କରି ସୋସିଆଲ ମିଡିଆରେ ଦକ୍ଷତା ଅର୍ଜନ କରିଥିବାରୁ ଭରତଙ୍କୁ ସମ୍ମାନିତ କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଫଏଫସିର ସଭାପତି କେଦାର ପଟ୍ଟନାୟକ, ସମ୍ପାଦକ ଆଶୀଷ ପଟ୍ଟନାୟକ, ଉପସଭାପତି ଅଜିତ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ ମହାନ୍ତି, ଶିବିର କୁମାର ପରିଡା, ଅଜିତ ଜେନା, ବିଭୁ ପ୍ରସାଦ ବାରିକ ପ୍ରମୁଖ ଯୋଗଦେଇଥିଲେ ।