ଭୁବନେଶ୍ୱର (ଆମ ଟିଭି): ଦିନକୁ ଦିନ ବଢିବାକୁ ସ୍ପ୍ରେ ପେଣ୍ଟର ଚାହିଦା । ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏହା ଅତ୍ୟନ୍ତ ସହଜ ହୋଇଥିବାରୁ ଏହାର ବ୍ୟବହାର ଧୀରେ ଧୀରେ ବଢିବାକୁ ଲାଗିଛି । ଭୁବନେଶ୍ୱରରେ ଚାଲିଥିବା ଇଣ୍ଟରନେସନାଲ ଟ୍ରେଡ଼ ଫେୟାରରେ ସଂଗୀତା ଆଣ୍ଡ ଆସୋସିଏସଟର ଷ୍ଟଲରେ ଏହି ସ୍ପ୍ରେ ପେଣ୍ଟର ଅନେକ ଭେରାଇଟି ଉପଲବ୍ଧ । ପ୍ରାରମ୍ଭିକ ପର୍ୟ୍ୟାୟରେ କେବଳ ପେଣ୍ଟ ଆର୍ଟିଷ୍ଟ ଏହାକୁ ବ୍ୟବହାର କରୁଥିବା ବେଳେ ଏବେ ଦୈନଦିନ ଜୀବନରେ ସାଧାରଣ ଲୋକ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ । ଲୋକଙ୍କ ଚାହିଦାକୁ ନଜରରେ ରଖି ମାର୍କେଟକୁ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରାଯାଉଛି ଏବଂ ଏହି ସବୁ ରଙ୍ଗ ଭୁବନେଶ୍ୱର ଟ୍ରେଡ଼ ଫେୟାରରେ ସଂଗୀତା ଆଣ୍ଡ ଆସୋସିଏଟ ପକ୍ଷରୁ ପଡ଼ିଥିବା ଏକ ଷ୍ଟଲରେ ଉପଲବ୍ଧ. ଏହି ସବୁକୁ ବ୍ୟବହାର କରି ଜଣେ ଲୋକ ନିଜ ଘରର କବାଟ, ଗାଡିର ଦାଗ ଏବଂ ଅନ୍ୟାନ୍ୟ ଜିନିଷକୁ ସହଜରେ ରଙ୍ଗ କରିପାରିବ ।
ଏହାକୁ ବ୍ୟବହାର କରିବା ସହଜ ଏବଂ ବିନା କୌଣସି ମିସ୍ତ୍ରୀର ସାହାଯ୍ୟରେ ଜଣେ ସାଧାରଣ ଲୋକ ଏହାକୁ ଅତ୍ୟନ୍ତ ସହଜରେ ବ୍ୟବହାର କରି ପାରିବ । ବିଶେଷ କରି ଘରେ କୌଣସି ଛୋଟ କାର୍ୟ୍ୟ ପାଇଁ ଏହା ବ୍ୟବହାର ଉପଯୋଗୀ ହୋଇ ପାରିବ । ବର୍ତମାନ ଏହି ପ୍ରକାର ପ୍ରଡକ୍ଟର ଚାହିଦା ରହିଛି ଏବଂ ସାରା ରାଜ୍ୟରେ ଯେଉଁଠି ବି ଚାହିଁବେ ଗ୍ରାହକ କ୍ରୟ କରିପାରିବେ ବୋଲି ସଂଗୀତା ଆଣ୍ଡ ଆସୋସିଏଟର ଓନର ଅଭିଷେକ ଅଗ୍ରୱାଲ ସୂଚନା ଦେଇଛନ୍ତି. ଏହା ସହ ଦୀର୍ଘ ୧୦ ବର୍ଷ ହେଲା ଓଡିଶାରେ ଅନେକ ସଫଳତା ସାଉଁଟି ଥିବା ଏହି କମ୍ପାନୀର ପ୍ରଡକ୍ଟ ରାଜଧାନୀ ଭୁବନେଶ୍ୱରରେ ହେଉଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପାଇଁ ସହରକୁ ଯେଉଁ ସୌନ୍ଦର୍ୟ୍ୟକରଣରେ ବ୍ୟବହାର ହୋଇଥିବା ବୋଲି ସୂଚନା ଦେଇଛନ୍ତି ।