ରାଜ୍ୟରେ ଗଡିଲା ଭିଷ୍ଟାଡମ କୋଚ୍

0

କୋରାପୁଟ: ଭାରତରେ ପ୍ରଥମ ଥର ଏହି ଭିଷ୍ଟାଡମ କୋଚ୍ ସେବା ଆରମ୍ଭ ଦିନଠାରୁ ଏହି ଟ୍ରେନରେ ଏହି ସେବା ଆରମ୍ଭ ହୋଇଥିଲା । ଆନ୍ଧ୍ର ପ୍ରଦେଶ ପର୍ୟ୍ୟଟନ ବିଭାଗ ଏହି ସେବା ଟ୍ରେନରେ ଆରମ୍ଭ କରିଥିଲେ । କିନ୍ତୁ ଅଧା ରାସ୍ତା ପର୍ୟ୍ୟନ୍ତ ଏହି ସେବା ଯୋଗାଉଥିଲା ରେଳ ବିଭାଗ । ଆର୍କୁ ପର୍ୟ୍ୟନ୍ତ ଆସିବା ପରେ ଭିଷ୍ଟାଡମ ବଗି ଛାଡି ଟ୍ରେନ୍ ଆଗକୁ ଯାତ୍ରା କରୁଥିଲା । ଏହାକୁ ନେଇ କୋରାପୁଟର ବିଭିନ୍ନ ରାଜନୈତିକ ଦଳ ସହ ସଂଗଠନ ରେଳମନ୍ତ୍ରୀଙ୍କୁ କୋରାପୁଟ ପର୍ୟ୍ୟନ୍ତ ଭିଷ୍ଟାଡମ କୋଚ୍ ଚଲାଇବା ନେଇ ଦାବି କରିଆସୁଥିଲେ ।

୨୦୧୭ ମସିହାରୁ ଆର୍କୁ ଯାଏଁ ଆସୁଥିବା ଏହି କୋଚ୍ ଏବେ ଛତିଶଗଡ଼ର କିରୁଣ୍ଡାଲ ପର୍ୟ୍ୟନ୍ତ ସମ୍ପ୍ରସାରିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ମହଲ ଦେଖିବାକୁ ମିଳିଛି । ଏବେ ଏହି ଭିଷ୍ଟାଡମ କୋଚ୍ ତିନି ରାଜ୍ୟର ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବ । କୋରାପୁଟ ଜିଲ୍ଲାର ପର୍ୟ୍ୟଟନ ଶିଳ୍ପର ବିକାଶ ପାଇଁ ରେଳ ବିଭାଗର ଏହି ପଦକ୍ଷେପକୁ ସାଧାରଣରେ ସ୍ଵାଗତ କରାଯାଇଛି ।

ତେବେ ଭିଷ୍ଟାଡମ କୋଚ୍ ଲାଗିବା ପରେ ପରିମଳ ବ୍ୟବସ୍ଥା ଉପରେ ଅଭିଯୋଗ କରିଛନ୍ତି ଯାତ୍ରୀ । କୋରାପୁଟ ରେଳଷ୍ଟେସନ ରେ ଭିଷ୍ଟାଡମ କୋଚ୍ ର ଜଣେ ଯାତ୍ରୀ କୋଚରେ ସଫେଇ ହୋଇନଥିବା ଅଭିଯୋଗ କରି ଟ୍ରେନ୍ କୋରାପୁଟ ଷ୍ଟେସନ୍ ଛାଡ଼ିବା ମାତ୍ରେ ଚେନ ପୁଲିଂ କରିଥିଲେ । ଷ୍ଟେସନରେ ଗାଡ଼ି ଅଟକିବା ପରେ ଯାତ୍ରୀ ଜଣଙ୍କ ଅଭିଯୋଗ କରିବା ସହ ଏତେ ଟଙ୍କା ଖର୍ଚ୍ଚ କାହିଁକି କରିବେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.