ନୂଆଦିଲ୍ଲୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଘୋଷଣା ହେଲା ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ । ଡିସେମ୍ବର ୧ ଓ ୫ରେ ଗୁଜରାରେ ହେବ ବିଧାନସଭା ନିର୍ବାଚନ । ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ପ୍ରଥମ ପର୍ୟ୍ୟାୟ ମତଦାନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୪ ନାମାଙ୍କନର ଶେଷ ଦିନ ରହିଛି । ସେହିଭଳି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ୟ୍ୟାୟ ମତଦାନ ପାଇଁ ନଭେମ୍ବର ୧୭ ନାମାଙ୍କନର ଶେଷ ଦିନ ରହିଛି । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ୟ୍ୟାୟରେ ୮୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ୯୩ ଆସନରେ ମତଦାନ ହେବ ।
୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ମତଗ୍ରହଣ କରାଯିବ । ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି । ମତଦାନକୁ ଆଖିରେ ରଖି ୫୧ ହଜାର ୭୮୨ କେନ୍ଦ୍ର କରାଯାଇଛି । ୧୪୨ଟି ମଡେଲ ମତଦାନ କେନ୍ଦ୍ର ମଧ୍ୟ କରାଯାଇଛି । ମହିଳାଙ୍କ ପାଇଁ ୧୨୭୪ ମତଦାନ କେନ୍ଦ୍ର କରାଯାଇଛି ।