ଗୁଜୁରାଟ ନିର୍ବାଚନ: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର

0

ଗାନ୍ଧୀନଗର (ଆମ ଟିଭି): ଗୁଜୁରାଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର । ଗୁରବାର ପ୍ରଥମ ପର୍ୟ୍ୟାୟ ମତଦାନ । ଶେଷ ଦିନରେ ରାଲି, ସମାବେଶ, ପ୍ରତିଶ୍ରୁତିର ବର୍ଷା କଲେ ପ୍ରାର୍ଥୀ । ଗୁରବାର ୮୯ ସିଟରେ ହେବ ମତଦାନ । ୭୮୮ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ପ୍ରଥମ ପର୍ୟ୍ୟାୟ ମତଦାନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୦ ଜଣଙ୍କ ନାଁରେ ସାଂଘାତିକ ଅପରାଧ ମାମଲା ରହିଛି । ମୋଟ୍ ୨୧ ପ୍ରତିଶତ ଆଶାୟୀଙ୍କ ନାଁରେ ସାଂଘାତିକ ମାମଲା ଥିବା ବେଳେ ୧୩ ପ୍ରତିଶତ ଆଶାୟୀ ଗୁରୁତର ଅପରାଧୀ । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ମାମଲା । ସେହିପରି ଆମ୍ ଆଦମୀ ପାର୍ଟିର ୩୬ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି ।

ପ୍ରଥମ ପର୍ୟ୍ୟାୟ ପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜେପି ନଡ୍ଡା ବ୍ୟାକ ଟୁ ବ୍ୟାକ ରାଲି ଓ ପ୍ରଚାର କରିଛନ୍ତି । ଗତ ୨୭ ବର୍ଷରେ କରିଥିବା କାମର ଦ୍ବାହି ଦେଇ ଭୋଟ ମାଗୁଥିବା ବେଳେ ଗ୍ରାମାଞ୍ଚଳରେ ସମସ୍ୟା, ଜିଏସଟି ପାଇଁ କ୍ଷତିରେ ଥିବା ବ୍ୟବସାୟୀ, ବେରୋଜଗାରକୁ ମୁଦ୍ଦା କରି ଭୋଟ ମାଗୁଛି କଂଗ୍ରେସ । ସେହିପରି ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର କରିଛନ୍ତି ।

Leave A Reply

Your email address will not be published.