ନୂଆଦିଲ୍ଲୀ (ଆମ ଟିଭି): ଗୋଧରା ହିଂସାକାଣ୍ଡ ଘଟଣାରେ ଦୋଷୀଙ୍କୁ ମିଳିଲା ଜାମିନ୍ । ୨୦୦୨ ଗୁଜରାଟ ଗୋଧରା ଠାରେ ସାବରମତୀ ଏକ୍ସପ୍ରେସରେ ନିଆଁ ଲଗାଇଦେଇଥିବା ୮ଜଣ ଦୋଷୀଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବା ଏହି ୮ଜଣ ଦୋଷୀ ୧୭ରୁ ୨୦ ବର୍ଷ ହେବ ଜେଲରେ ରହିଥିଲେ । ଏହାସହ ସମାନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୪ଜଣଙ୍କୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି । ସେମାନଙ୍କୁ ତଳ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ତଳକୋର୍ଟ ଫାଶୀଦଣ୍ଡକୁ ବଦଳାଇ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ପି ଏସ ନରସିହ୍ମାଙ୍କ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । କୋର୍ଟଙ୍କ ତରଫରୁ କୁହାଯାଇଛି କି, ସର୍ତ୍ତ ପୂରଣ କରିବା ପରେ ଏମାନଙ୍କୁ ଜାମିନ୍ ପ୍ରଦାନ କରାଯାଉ । ଦୋଷୀମାନଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ସଂଜୟ ହେଗଡେ କୋର୍ଟଙ୍କ ନିକଟରେ ଗୁହାରୀ କରିଛନ୍ତି କି ଇଦ୍ ପର୍ବକୁ ନଜରରେ ରଖି ସେମାନଙ୍କୁ ଜେଲରୁ ଛାଡ କରାଯାଉ ।