ଭୂକମ୍ପରେ ଥରିଲା ଗୁଜୁରାଟ

0

ଅହମ୍ମଦାବାଦ(ଆମ ଟିଭି): ଭୂକମ୍ପରେ ଥରିଲା ଗୁଜୁଣାଟ । ଗୁଜରାଟର ଅମରେଲି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳ ୯ଟା ୬ ମିନିଟରେ ୩.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତୁର୍କୀ ଓ ସିରିୟା ଖବର ଭିତରେ ଏଭଳି ହେବାରୁ ଲୋକେ ଆତଙ୍କିତ ହୋଇ ଅଛନ୍ତି ।

ସୂଚନାଯୋଗ୍ୟ, ଫେବ୍ରୁଆରି ୪ ତାରିଖରେ ଅମରେଲି ଜିଲ୍ଲାରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ । ଇନଷ୍ଟିଚ୍ୟୁଟ୍ ଅଫ୍ ସିସ୍ମୋଲୋଜିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ସକାଳ ୭ଟା ୫୧ ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଅମରେଲି ସହରଠାରୁ ୪୩ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୩.୨ କିଲୋମିଟର ଗଭୀରତାରେ ଥିଲା।

Leave A Reply

Your email address will not be published.