ନୂଆଦିଲ୍ଲୀ (ଆମ ଟିଭି): ଆଜି ଗୁଜୁରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଭାରତ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପୂର୍ବରୁ ଗୁଜୁରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି। ଏହା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ିଥିଲେ। ଏହି ଭୂକମ୍ପର ତୀବ୍ରତା ୨.୬ ରେ ରେକର୍ଡ କରାଯାଇଛି । ଭୂକମ୍ପର ତୀବ୍ରତା ବହୁତ କମ୍ ଥିବାରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନଥିଲା। ସୂଚନାନୁସାରେ, କୁଚର ଖଭ୍ରା ଠାରୁ ୧୭ କିଲୋମିଟର ଦୂରରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା।
ଏହାପୂର୍ବରୁ ସେପ୍ଟେମ୍ବର ୧ ତାରିଖ ବିଳମ୍ବିତ ରାତିରେ ଏକ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସେକ୍ଲରେ ୪.୫ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ଦୁଧାଇଠାରୁ ୧୫କିଲୋମିଟର ଦୂରରେ ଥିଲା। ଏଥି ସହିତ ଦୁଧାଇରେ ମଧ୍ୟ ୩.୩ ତୀବ୍ରତାର ଏକ ଭୂକମ୍ପ ଘଟିଥିଲା।