ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଗୁରୁନାଏଡୁ ସନାପତି
ନୂଆଦିଲ୍ଲୀ(ଆମ ଟିଭି): ମେକ୍ସିକୋର ଲିଓନରେ ଚାଲିଥିବା ଓଡୠ (ଆନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେସନ୍)ବିଶ୍ୱ ଯୁବ ଚାମ୍ପିଅନସିପରେ ଗୁରୁନାଏଡୁ ସନାପତି ପ୍ରଥମ ଭାରତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି ଜ୍ଝ ୧୬ ବର୍ଷ ବର୍ଷୀୟ ସନାପତି ରବିବାର ବିଳମ୍ବିତ ରାତିରେ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୨୩୦ କିଲୋଗ୍ରାମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜ୍ଝ ସନାପତିଙ୍କ ବ୍ୟତୀତ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତର ସୌମ୍ୟା ଦଲଭି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏସୀୟ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପ୍ ୨୦୨୦ ର ବ୍ରୋଞ୍ଜ ପଦକ ବିଜେତା ସନାପତି ଶୀର୍ଷରେ ରହିଛନ୍ତି। ସାଉଦି ଆରବର ଅଲି ମଜିଦ୍ ୨୨୯ କିଲୋଗ୍ରାମ ଦ୍ୱିତୀୟ ଏବଂ କାଜାଖସ୍ତାନର ୟେରାସିଲ ଉମରୋଭ ୨୨୪ କିଲୋଗ୍ରାମ।
ମହାରାଷ୍ଟ୍ରର ଦଲଭି ବାଳିକାମାନଙ୍କ ୧୪୮ କିଲୋଗ୍ରାମର ଭାର ଉଠାଇ ଫିଲିପାଇନ୍ସର ରୋଜ ଏ ରାମୋସ – ୧୫୫ କିଲୋଗ୍ରାମ ଏବଂ ଭେନେଜୁଏଲର କାର୍ଲିସ୍ ଏମ ମୋଣ୍ଟିଲା – ୧୫୩ କିଲୋଗ୍ରାମ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏଥିରେ ଅନ୍ୟ ଜଣେ ଭାରତୀୟ ଅଂଶଗ୍ରହଣକାରୀ ଆର ଭବାନୀ ୧୩୨ କିଲୋଗ୍ରାମର ସର୍ବୋତ୍ତମ ପ୍ରୟାସରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ଏପର୍ୟ୍ୟନ୍ତ ଚାରିଟି ପଦକ ଜିତିଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଆକଙ୍କଶା କିଶୋର ଭାୟାରେ ଏବଂ ବିଜୟ ପ୍ରଜାପତି ନିଜ ନିଜ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ।