ପୁରୀରେ ହବିଷ୍ୟାଳୀ ଗାଇଲେ ନବୀନ ଭଜନ

0

ପୁରୀ (ଆମ ଟିଭି): ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ, କାର୍ତ୍ତିକ ମାସ ହେଉଛି ଏକ ଧର୍ମର ମାସ । ଏହି ମାସରେ ସମସ୍ତେ ପ୍ରଭୁଙ୍କ ନାମ ଜପି ଟିକେ ପୁଣ୍ୟ ଅର୍ଜନ କରିଥାନ୍ତି । ସେଥିପାଇଁ ପୁରୀକୁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । କିନ୍ତୁ ଏହି ହବିଷ୍ୟାଳୀଙ୍କ ନିକଟରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । କାର୍ତ୍ତିକ ମାସରେ ଭଗବାନଙ୍କ ଭଜନ କୀର୍ତ୍ତନ ବଦଳରେ ହବିଷିଆଳୀ ଗାଇଲେ ନବୀନ ଭଜନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ହବିଷିଆଳୀମାନେ ଭଜନ ଗାନ କରିଛନ୍ତି। ହବିଷିଆଳୀଙ୍କ ପାଇଁ ହୋଇଥିବା ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୁରୀ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ଉପସ୍ଥିତ ଥିବାବେଳେ ହବିଷିଆଳୀମାନେ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଭଜନ ଗାଇଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ବୃଦ୍ଧାଙ୍କର ଗଳା ମାଳି, ନବୀନ କରୁଣା ସାଗର ବୋଲି ଅଭିହିତ କରିଥିଲେ। ନବୀନ ସରକାରଙ୍କୁ ବ୍ରହ୍ମା, ବିଷ୍ଣୁ, ହରଙ୍କ ସହ ତୁଳନା କରିବା ସହିତ ଧନ୍ୟ ଧନ୍ୟ ବୋଲି କହିଥିଲେ ହବିଷିଆଳୀ।

ଗତକାଲି ପୁରୀରେ ହବିଷିଆଳୀଙ୍କୁ ଶାଲ ବଣ୍ଟନ କରାଯାଇଥିଲା। ବୃନ୍ଦାବତୀ ନିବାସ ସମେତ ସମସ୍ତ ପାଞ୍ଚଟି କେନ୍ଦ୍ରରେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳୁ ହବିଷିଆଳୀଙ୍କୁ ଶାଲ୍ ବଣ୍ଟନ କରିଥିଲେ। ଚଳିତ ବର୍ଷ ହବିଷିଆଳୀ କେନ୍ଦ୍ରର ଉଦଘାଟନ ବେଳେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହି ଅନୁସାରେ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ରହୁଥିବା ହବିଷିଆଳୀମାନଙ୍କୁ ପୁରୀ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଶାଲ ପ୍ରଦାନ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ହବିଷିଆଳୀମାନେ ନବୀନ ନାଁରେ ଭଜନ ଗାଇଥିଲେ। ହବିଷ୍ୟାଳୀଙ୍କର ଏହି ଭଜନଙ୍କୁ ସମସ୍ତେ ଶୁଣିବା ସହ ତାଳି ମାରିଥିଲେ।

Leave A Reply

Your email address will not be published.