ଗାଜାରେ ମୁହାଁମୁହିଁ ହମାସ ଆତଙ୍କୀ ଓ ଇସ୍ରାଏଲ ସେନା

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏମଂ ହମାସ ମଧ୍ୟରେ ଦିନକୁ ଦିନ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ଗାଜାରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଗାଜାରେ ମୁହାମୁହିଁ ହୋଇଛନ୍ତି ହମାସ ଆତଙ୍କୀ ଏବଂ ଇସ୍ରାଏଲ ସେନା । ଏୟାରଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଗୁରୁତ୍ୱ ଦେଉଛି ଇସ୍ରାଏଲ ସେନା । ଯୁଦ୍ଧରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୬ ହଜାର ଛୁଇଁଲାଣି । ଯୁଦ୍ଧ ଉପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଓ ଇସଲାମିକ ଦେଶମାନଙ୍କର ନଜର ରହିଛି ।

ଏପଟେ ନିଜ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇସ୍ରାଏଲ ନାଗରିକ । ୟୁକ୍ରେନ ଉପରେ ଋଷର ମାତ୍ରାଧିକ ଆକ୍ରମଣକୁ ଯେଭଳି ଋଷ ନାଗରିକ ବିରୋଧ କରୁଛନ୍ତି ସେହିଭଳି ଏବେ ଇସ୍ରାଏଲର ନାଗରିକମାନେ ମଧ୍ୟ ଇସ୍ରାଏଲ ସରକାରର ବିଚାରକୁ ବିରୋଧ କରି ରାସ୍ତାକୁ ଉହ୍ଲାଇଛନ୍ତି । ଇସ୍ରାଏଲ ନାଗରିକମାନେ ରାସ୍ତାରେ ପ୍ରଦର୍ଶନ କରି ହମାସ ଚରମପନ୍ଥୀଙ୍କ ଦ୍ୱାରା ବନ୍ଦୀ ଥିବା ଇସ୍ରାଏଲ ନାଗରିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି କ୍ରମରେ କିଛି ପ୍ରଦର୍ଶନକାରୀ କହିଛନ୍ତି କି ସେମାନେ ସେମାନଙ୍କ ଆତ୍ମୀୟଙ୍କ ସହ କୌଣସି ସଂପର୍କ ସ୍ଥାପନ କରିପାରୁନାହାଁନ୍ତି ।

 

Leave A Reply

Your email address will not be published.