ହମାସର ବର୍ବତା କାଣ୍ଡ ଅନ୍ତଃସ୍ଵତ୍ତା ମହିଳାଙ୍କୁ କଲେ ହତ୍ୟା

0

ସ୍ଡେରୋଟ୍‌: ବିୟରିରେ ପହଞ୍ଚି ପ୍ରଥମ ଘରେ ପଶି ଜଣେ ମହିଳାଙ୍କ ଶବ ଦେଖି କେବଳ ସେ ନୁହନ୍ତି ତାଙ୍କ ସ୍ବେଚ୍ଛାସେବୀ ଦଳର ସମସ୍ତ ସଦସ୍ୟ ହତବାକ୍‌ ହୋଇଯାଇଥିବା କଥା ହମାସ୍‌ ଆକ୍ରମଣ ପରେ ମୃତ ଇସ୍ରାଏଲୀ ନାଗରିକମାନଙ୍କର ଶବ ଉଦ୍ଧାର କରୁଥିବା ସ୍ବେଚ୍ଛାସେବୀ ୟୋସି ଲାଣ୍ଡାଉ କହିଛନ୍ତି।

ସେ କହିଛନ୍ତି, ଗାଜାଠାରୁ ପ୍ରାୟ ୧୨୦୦ କିଲୋମିଟର୍‌ ଦୂର ଜନବସତି ବିୟରିରେ ପହଞ୍ଚିବା ପରେ ପ୍ରଥମ ଘରେ ପ୍ରବେଶ କରି ସେମାନେ ଦେଖିଲେ, ଜଣେ ମହିଳାଙ୍କ ପେଟ ଚିରାଯାଇଛି। ତାଙ୍କ ଗର୍ଭରେ ଥିବା ନାହି-ଲଗା ଛୁଆଟିକୁ ବି ଛୁରି ଭୁସି ହତ୍ୟା କରାଯାଇଛି।

‌ଜାକା ଅଞ୍ଚଳର ସ୍ବେଚ୍ଛାସେବୀ ଲାଣ୍ଡାଉ କହିଛନ୍ତି, ୨୦ଜଣ ପିଲାଙ୍କ ସମେତ ସେ ଆହୁରି ଅନେକ ମୃତ ସାଧାରଣ ନାଗରିକଙ୍କ ଶବ ଦେଖିଲେ। ସେମାନଙ୍କ ହାତ ପଛଆଡୁଆ କରି ବନ୍ଧାଯାଇଥିଲା। ଗୁଳିମାରି ହତ୍ୟା କରିବା ପରେ ହମାସ୍‌ ଆତଙ୍କବାଦୀମାନେ ସେମାନଙ୍କୁ ପୋଡ଼ି ପକାଇଥିଲେ। କେତେଜଣଙ୍କ ଶବ ଏମିତି ଭାବେ ପଡ଼ିଥିଲା ଯେ, ମନେ ହେଉଥିଲା ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି।

Leave A Reply

Your email address will not be published.