ଖାର୍ଗେଙ୍କ ମନ୍ତବ୍ୟକୁ ନେଇ ଆଜି ରାଜ୍ୟ ସଭାରେ ହଟ୍ଟଗୋଳ

0

ନୂଆଦିଲ୍ଲୀ: ଦେଶରେ ତିକ୍ତତା ପ୍ରସାର କରୁଥିବା ବ୍ୟକ୍ତିମାନଙ୍କ ପ୍ରସଙ୍ଗରେ କାହିଁକି ‘ମଉନୀ ବାବା’ ସାଜିଛନ୍ତି ବୋଲି ଆଜି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବାରୁ ରାଜ୍ୟସଭାରେ ହଟ୍ଟଗୋଳ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଲେ, ଆଜ୍ଞା, ଆପଣ ଅତି ବରିଷ୍ଠ ସଦସ୍ୟ। ଏଭଳି କଥା ଆପଣଙ୍କୁ ମାନେ ନାହିଁ। ଏ ଭଳି ଅଶିଷ୍ଟ ମନ୍ତବ୍ୟ ଦିଅନ୍ତୁ ନାହିଁ।

‘ବିଜେପି’ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ଖଡ଼ଗେ କହିଲେ, ୨୦୧୪ରେ ପ୍ରଧାନମନ୍ତ୍ରୀ ମ‌ୋଦୀ କହିଥିଲେ, ଖାଇବି ନାହିଁ କି, ଖୁଆଇ ଦେବି ନାହିଁ। ଏବେ ମୁଁ ପଚାରୁଛି, କେତେ ଜଣ ଶିଳ୍ପପତିଙ୍କୁ ସେ କାହିଁକି ‘ଖୁଆଇ’ ଦେଉଛନ୍ତି। ଅଢ଼େଇ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନ୍ୟତମ ଘନିଷ୍ଠ ବନ୍ଧୁଙ୍କର ସମ୍ପତ୍ତି ୧୩ଗୁଣ ହୋଇଯାଇଛି। ୨୦୧୪ରେ ସେ ବ୍ୟକ୍ତିଙ୍କର ସମ୍ପତ୍ତି ୫୦,୦୦୦ କୋଟି ଟଙ୍କା ଥିଲା ବେଳେ ୨୦୧୯ରେ ତାହା ୧ ଲକ୍ଷ କୋଟି ଟଙ୍କା ହୋଇଥିଲା। ମୁଁ ଜାଣେନା କେଉଁ କୁହୁକ ବଳରେ ୨ ବର୍ଷରେ ତାଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟି ଟଙ୍କା ହୋଇଗଲା।

Leave A Reply

Your email address will not be published.