ରାହୁଲଙ୍କୁ ବିଦ୍ରୋପ କରି ଏମିତି କହିଲେ ହରଦୀପ ପୁରୀ
ନୂଆଦିଲ୍ଲୀ: ଘୋଡ଼ାଦୌଡ଼ରେ ଭାଗ ନେବା ପାଇଁ ଆପଣ ଗଧ ଆଣୁଛନ୍ତି ବୋଲି ଆଜି ରାହୁଲ୍ ଗାନ୍ଧୀଙ୍କୁ ତାତ୍ସଲ୍ୟ କରି କେନ୍ଦ୍ରମନ୍ତ୍ରୀ ହର୍ଦୀପ୍ ସିଂହ ପୁରୀ କହିଛନ୍ତି। ରାହୁଲ୍ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ବିପକ୍ଷରେ ପ୍ରତିବାଦ ପ୍ରଦର୍ଶନ କରିବା ପ୍ରସଙ୍ଗକୁ ସମାଲୋଚନା କରି ମଧ୍ୟ ପୁରୀ ପ୍ରାଧାନ୍ୟତା, ଗ୍ରହଣୀୟ ରାଜନୈତିକ ଆଦର୍ଶ ଏବଂ ବିଚାର ବ୍ୟବସ୍ଥା ଆଧାରରେ କଂଗ୍ରେସକୁ ଗଭୀର ଆତ୍ମସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଏହାଛଡ଼ା, ‘ମୁଁ ସାବର୍କର୍’ ନୁହେଁ ବୋଲି ରାହୁଲ୍ ଗାନ୍ଧୀ ଦେଇଥିବା କ୍ରୋଧ ଉଦ୍ରେକକାରୀ ଟିପ୍ପଣୀକୁ ବି ପୁରୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସାବର୍କର୍ଜୀଙ୍କ ଭଳି ବ୍ୟକ୍ତିଙ୍କ ଅବଦାନ କଥା ଆପଣ ଜାଣନ୍ତି? ମୁଁ ଯାହା କହିଲି, ଆପଣ ଘୋଡ଼ାଦୌଡ଼ରେ ଭାଗ ନେବା ଲାଗି ଗଧ ଆଣୁଛନ୍ତି।