ହାରିଗଲେ ଆପ ମୁଖ୍ୟ

0

ଅହମଦାବାଦ:  ଗୁଜରାଟର ଆପ୍‌ ମୁଖ୍ୟ ଗୋପାଳ ଇଟାଲିଆ ଓ ଆପ୍‌ ଗୁଜରାଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଈଶୁଦାନ ଗଢ଼ବୀ ପରାସ୍ତ ହୋଇଛନ୍ତି।

ଗୋପାଳ ଇଟାଲିଆ କାତାରଗାମ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ। ଏଠାରେ ପୂର୍ବରୁ ବିଧାୟକ ଭାବେ କାର୍ଯ୍ୟ କରୁଥିବା ବିଜେପିର ବିନୋଦ ମୋରାଡିୟା ଏକତରଫା ଭାବେ ଗୋପାଳଙ୍କୁ ହରାଇଛନ୍ତି। ଗୋପାଳଙ୍କୁ ବିଜେପି ବିଧାୟକ ବିନୋଦ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଆପ୍‌ ପ୍ରାର୍ଥୀ ୫୦ ହଜାର ଭୋଟ ପାଇବାକୁ ମଧ୍ୟ ସକ୍ଷମ ହୋଇ ନାହାନ୍ତି।

କଂଗ୍ରେସ ପ୍ରାର୍ଥୀ କଳ୍ପେଶ ଭାରିୟା ୫,୮୬୮ ଖଣ୍ଡ ଭୋଟ ପାଇଛନ୍ତି। ଗୋପାଳ ଇଟାଲିଆ ଜଣେ ଚର୍ଚ୍ଚିତ ପ୍ରାର୍ଥୀ ଥିଲେ ଓ କାତାରଗାମରେ ଆପ୍‌ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଦଳର ସବୁ ଯୋଜନା ଫେଲ ମାରିଛି।

Leave A Reply

Your email address will not be published.