କରଞ୍ଜିଆ (ଆମ ଟିଭି): କରଞ୍ଜିଆରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଏହାରି ଭିତରେ କରଞ୍ଜିଆରେ ପୁଣି ଦେଖିବାକୁ ମିଳିଛି, ୪୭ ଟିକିଆ ହାତୀପଲ । କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ହାତୀପଲ ଯୋଗୁ ୧୦୦ରୁ ଅଧିକ ଗାଁ ଲୋକ ଆତଙ୍କିତ ହୋଇ ରହିଛନ୍ତି । କରଞ୍ଜିଆର ପୃଥକ ପୃଥକ ସ୍ଥାନରେ ୪୭ ଟିକିଆ ହାତୀପଲ ବୁଲୁଛନ୍ତି । ଠାକୁରମୁଣ୍ଡା ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ ହାତୀପଲକୁ ଘୋଉଡାଇବା ବେଳେ ହାତୀ ଆକ୍ରମଣରେ ଜଣେ ଆହାତ ହୋଇଥିଲେ।
ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ। ହାତୀପଲଙ୍କ ପାଇଁ ଅଞ୍ଚଳ ଗୁଡ଼ିକରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେଉଥିବା ଅଭିଯୋଗ ହୋଇଛି । ଲୋକମାନେ ରାତିରେ ନଶୋଇ ଘର ସମ୍ମୁଖରେ ନିଆଁ ଜାଳି ଜଗି ରହୁଛନ୍ତି । ଦିନ ବେଳେ ହାତୀପଲ ଗାଁ ମୁହାଁ ହେଇ ଆତଙ୍କ ସୃଷ୍ଟି କରୁଛନ୍ତି। ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି ।