ହଉ ହଉ ହେଇଗଲାରେ
ଅଜୟ ଓ ପ୍ରିୟା । ଉୟୟେ ଉଭୟଙ୍କୁ ଦେଖିଲେ ଚିଡ଼ନ୍ତି, କିନ୍ତୁ ଦୁହିଁଙ୍କ ଭିତରେ ରହିଛି ଏକ ସୁନ୍ଦର ସମ୍ପର୍କ । କିନ୍ତୁ କେତେବେଳେ ସେ ସମ୍ପର୍କ, ସେମାନେ ଦୂରେଇ ଯାଆନ୍ତି ତ ଆଉ କେତେବେଳେ ଭଙ୍ଗା ସମ୍ପର୍କକୁ ଯୋଡ଼ିବାକୁ କଠିନ ପ୍ରୟାସ କରନ୍ତି । ତା’ ଭିତରେ ପୁଣି ପାରିବାରିକ ଡ୍ରାମା। ଏଭଳି ପ୍ରେମ ଓ ପରିବାରର ଫେଣ୍ଟାଫେଣ୍ଟି ଗକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ସିନେମା ‘ହଉ ହଉ ହେଇଗଲାରେ’ । ଯାହା ଆସନ୍ତା ୨୧ ତାରିଖରେ ଓଟିଟି ଞ୍ଚାଲଙ୍କାରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କ୍ରିଏଟିଭ ହେଡ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ଏଥିରେ ମୁଖ୍ୟ ନାୟକ ଭୂମିକାରେ ରାଜ୍ ରାଜେଶ ଥିଲା ବେଳେ ନାୟିକା ସାଜିଛନ୍ତି ପୁରୁଣା ସାଥୀ ରିୟା । ଉଭୟଙ୍କ ଯୋଡ଼ିକୁ ଦର୍ଶକ ପୂର୍ବରୁ “ରାତି ସରି ସରି ଯାଉଛି’ ସିନେମାରେ ଦେଖିସାରିଛନ୍ତି । ସେଥିରେ ଦୁହିଁଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ଏବେ ଅପେକ୍ଷା ସେମାନେ ଅଭିନୟରେ ଆଉ କ’ଣ ଦେଖାଇବେ ସିନେମାର ଅନ୍ୟାନ୍ୟ ଚରିତ୍ରର ପିଣ୍ଟୁ ନନ୍ଦ, ଶ୍ଵେତା ଆଚାର୍ଯ୍ୟ, ସୁସ୍ମିତା ପ୍ରଧାନ, ଅକ୍ଷୟ ବସ୍ତିଆ, ଶୁଭଶ୍ରୀ, ରାନୀ ପଣ୍ଡା, ଟୁକୁନା, ନୀଳମଣି
ସାହୁ, ପୂଜା, ସଚିନଙ୍କ ସମେତ ବହୁ ଜଣାଶୁଣା କଳାକାର ଅଭିନୟ କରିଛନ୍ତି । ଏହାର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ରମେଶ ରାଉତ । ପୂରା ଟିମ୍
ଏବେ ସିନେମା ରିଲିଜ୍କୁ ଅପେକ୍ଷା କରିଛନ୍ତି । ରାଜ ଓ ରିୟା ଯୋଡ଼ି ବି ଏହି ସିନେମାକୁ ନେଇ ବେଶ୍ ଉତ୍ସାହିତ ଏବଂ ଆଶାବାଦୀ ଅଛନ୍ତି ।