ସକାଳୁ ଏସବୁ କାମ କରୁଛନ୍ତି କି ? ତେବେ ଏବେଠୁ ସାବଧାନ ରୁହନ୍ତୁ ନଚେତ୍ ..

0

ଆଜିକାଲି ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । କିଛି ଲୋକ ସକାଳୁ ଉଠି ଚା’ କିମ୍ବା କଫି ପିଇଥାନ୍ତି । ଏପରି ସମୟ ଅଭାବରୁ ଜଳଖିଆ ନ ଖାଇ ଅଫିସ୍ ବାହାରି ଯାଇଥାନ୍ତି । ଏପରି କରିବା ଦ୍ବାରା ଲୋକଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏପରି କରିବା ଦ୍ବାରା ବ୍ୟକ୍ତିର ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଚାଲନ୍ତୁ ବିଶେଷଜ୍ଞଙ୍କ ଠାରୁ ଜାଣିବା ସକାଳ ଉଠି କେଉଁ ସବୁ ଭୁଲ କରିବା ଅନୁଚିତ ।

ସକାଳୁ ଉଠି ଏପରି କରନ୍ତୁ ନାହିଁ:

ସକାଳ ଜଳଖିଆ ଛାଡିବା

ସକାଳୁ ଅଫିସ୍ ଯିବା ପାଇଁ ତରତର ହୋଇ ସକାଳ ଜଳଖିଆ ଛାଡନ୍ତୁ ନାହିଁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସକାଳ ଜଳଖିଆ ନ କରିବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ହ୍ରାସ ହୁଏ । ଏପରି କରିଲେ ମେଦବହୁଳତା ଓ ଡାଇବେଟିସ୍ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣ ସକାଳୁ ଉଠି ନିଜ ସମୟକୁ ସଠିକ ଭାବେ ଉପଯୋଗ କରିବେ ତେବେ ଆପଣଙ୍କ ପାଖରେ ଜଳଖିଆ କରିବାକୁ ପର୍ଯ୍ୟାପ୍ତ ସମୟ ରହିବ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନର ଏକ ଅଧ୍ୟୟନ ଅନୁଯାୟୀ ସକାଳ ଜଳଖିଆ ନ କରିଲେ ଶରୀରର BMI Index ପ୍ରଭାବିତ ହୋଇଥାଏ ।

ସକାଳୁ ଉଠୁ ଉଠୁ ମୋବାଇଲ ଚଳାଇବା

ବହୁ ଲୋକ ସକାଳୁ ଉଠୁ ଉଠୁ ମୋବାଇଲ ଚଳାଇବାରେ ଲାଗିଥାନ୍ତି । ବିଶେଷଜ୍ଞଙ୍କ ମତରେ ସକାଳୁ ସ୍ମାର୍ଟଫୋନରେ ଆସୁଥିବା ନକାରାତ୍ମକ ସୂଚନା ଆପଣଙ୍କ ମୁଡକୁ ପ୍ରଭାବିତ କରିଥାଏ । ଏହା ଆପଣଙ୍କ ଶରୀର ପ୍ରତି ହାନିକାରକ ଅଟେ । ସେଥିପାଇଁ ଜରୁରୀ କଲ୍ କିମ୍ବା ମେସେଜ ନ ହେଲେ ଫୋନ ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ । ଏହା ପରିବର୍ତ୍ତେ ସକାଳୁ କିଛି ବହି ପଢିବାର ଅଭ୍ୟାସ ବନାନ୍ତୁ । ଏହାଦ୍ବାରା ଆପଣଙ୍କୁ ନୂତନ ଜିନିଷ ଶିଖିବାକୁ ମିଳିବ । ଫିଲ୍ଡିଂ ସ୍ନାତକ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ପ୍ରକାଶ ବ୍ୟକ୍ତି ନିଜର ସକାଳ ନକାରାତ୍ମକ ଭାବେ ଆରମ୍ଭ କରିଲେ ଏହା ତାଙ୍କର ମୁଡ଼, ରଚନାତ୍ମକ କ୍ଷମତା ଓ ଆତ୍ମବିଶ୍ବାସ ଉପରେ ପ୍ରଭାବ ପକାଇଥାଏ ।

କାମର ଚିନ୍ତା କରିବା

କିଛି ଲୋକ ସକାଳୁ ଉଠିବା ପରେ ସିଧାସଳଖ ଅଫିସ୍ କାମ ବିଷଯରେ ଭାବିବାକୁ ଲାଗିଥାନ୍ତି । ଏହାର ଫଳ ସ୍ବରୁପ ତାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଏଥିରୁ ବର୍ତ୍ତିବା ପାଇଁ ଆଗାମୀ ଦିନ ପାଇଁ ପ୍ଲାନ ପୂର୍ବ ରାତିରୁ କରି ନିଅନ୍ତୁ । ପରିବା କାଟିବା ଏବଂ ଆସନ୍ତା କାଲି କେଉଁ କପଡ଼ା ପିନ୍ଧିବେ ଏହି ସବୁ ପୂର୍ବରାତିରୁ କରି ନିଅନ୍ତୁ । ଏପରି କରିବା ଦ୍ବାରା ଆପଣ ଆଗାମୀ ଦିନ ଶାନ୍ତିରେ ଉଠିପାରିବେ । ଏବଂ ସାରା ଦିନ କୁଶଳତା ସହିତ ବ୍ୟତୀତ କରିପାରିବେ ।

ବ୍ୟାୟାମ

ସକାଳେ କରିଥିବା ବ୍ୟାୟାମ ସାରା ଦିନ ପାଇଁ ଆବଶ୍ୟକ ଉର୍ଜା ପ୍ରଦାନ କରିଥାଏ । ହେଲେ କିଛି ଲୋକ ସକାଳୁ ସକାଳୁ ସିଧାସଳଖ ଓଜନ ଉଠାଇବା ଭଳି ଓଜନଦାର ବ୍ୟାୟାମ କରିବା ଆରମ୍ଭ କରି ଦିଅନ୍ତି । ଏହା ଶରୀରର ମାଂସପେଶୀ ପାଇଁ ଉପଯୁକ୍ତ ନୁହେଁ । କାରଣ ନିଦରେ ଶୋଇଥିବା ବେଳେ ଗତିହୀନତା କାରଣରୁ ସକାଳୁ ସକାଳୁ ମାଂସପେଶୀ କଠିନ ହୋଇଯାଇଥାଏ । ତେଣୁ ସିଧାସଳଖ ଓଜନଦାର ବ୍ୟାୟାମ କରିବା ପରିବର୍ତ୍ତେ ୱାର୍ମ ଅପ୍ ବ୍ୟାୟାମରୁ ଆରମ୍ଭ କରି ଓଜନଦାର ବ୍ୟାୟାମ କରିପାରିବେ । ଏପରି କରିବା ଦ୍ବାରା ଶରୀର ସଠିକ ରହିଥାଏ ।

Leave A Reply

Your email address will not be published.