କାହିଁକି ଏମିତି କହିଲେ ଏଚ୍‌ଡି କୁମାରସ୍ବାମୀ

0

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀ ଅନେକଙ୍କୁ ଚକିତ କରିବା ଭଳି ମନ୍ତବ୍ୟ ଗତକାଲି ବିଧାନସଭାରେ ରଖିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ। କିନ୍ତୁ ସେତେବେଳେ ସେ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। କେବଳ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ପ୍ରତି ଆନୁଗତ୍ୟ ପ୍ରକାଶ ପାଇଁ ସେ ଏହା କରିଥିଲେ।

କରିବାର ଅଫର ଦେଇଥିଲେ। କିନ୍ତୁ ମୁଁ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି। କଂଗ୍ରେସ ସହ ଆମର ମେଣ୍ଟ ଥିବାରୁ ମୁଁ ଏପରି କହିଥିଲି। ମୋ ଖ୍ୟାତି ନଷ୍ଟ ହେବାକୁ ମୁଁ ଚାହୁନଥିଲି ବୋଲି କୁମାରସ୍ବାମୀ କହିଛନ୍ତି।

କର୍ଣ୍ଣାଟକ ବିଧାନସଭାରେ ବିଜେପି ଏପର୍ଯ୍ୟନ୍ତ ବିରୋଧୀଦଳ ନେତା ଘୋଷଣା କରିନାହିଁ। ଏଥିପାଇଁ ବିଜେପିକୁ ସିଦ୍ଦରମୈୟା ସମାଲୋଚନା କରିବା ସହିତ ରାଜନୈତିକ ଦୃଷ୍ଟିରୁ ଦଳ ଦେବାଳିଆ ବୋଲି କହିଛନ୍ତି। ସିଦ୍ଧରମୈୟା କହିଥିଲେ ବିଜେପି ନିଜକୁ ଏକ ଶୃଙ୍ଖଳିତ ଦଳ ବୋଲି କହୁଛି। କିନ୍ତୁ ବିରୋଧୀ ‌ଦଳ ନେତା ଏପର୍ଯ୍ୟନ୍ତ ନିଯୁକ୍ତି କରିପାରୁନି। ମୁଁ ଜାଣି ନଥିଲି ବିଜେପି ରାଜନୈତିକ ଦୃଷ୍ଟିରୁ ଏତେ ଦେବାଳିଆ। ମୁଁ ଭାବୁଛି ବିଜେପି ଏଚଡି କୁମାରସ୍ବାମୀଙ୍କୁ ବିରୋଧୀ ନେତା କରିବାକୁ ନିଷ୍ପତ୍ତି ନେଇଛି। ଏହି ଅଭିଯୋଗର ଉତ୍ତର ରଖିବାକୁ ଯାଇ କୁମାରସ୍ବାମୀ ୨୦୧୯ ମସିହାର କଥା ସାମ୍ନାକୁ ଆଣିଛନ୍ତି। ବିଜେପିର ‘ବି’ ଟିମ୍‌ ଜେଡିଏସ୍‌କୁ କୁହାଯାଉଥିବାରୁ ଏହାର ସେ ନିନ୍ଦା କରିଛନ୍ତି। ଏଭଳି ଭିତ୍ତିହୀନ ଦାବି ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି କୁମାରସ୍ବାମୀ ମତ ଦେଇଛନ୍ତି।

Leave A Reply

Your email address will not be published.