ସିଗାରେଟ୍ ପାଇଁ ଛୁରୀ ଭୂଷି ମାରିଦେଲେ
ଅନୁଗୋଳ( ଆମ ଟିଭି): ଅନୁଗୋଳରେ ଅଭାବନୀୟ ଘଟଣା । ସିଗାରେଟ୍ ପାଇଁ ଛୁରୀ ଭୂଷି ମାରିଦେଲେ। ମୃତକ ହେଲେ ଅନୁଗୋଳ କାଙ୍ଗୁଲା ନୂଆଁସାହିର ଲଳିତ ସାହୁ (ଲିଟୁ) । ଛୁରା ମାଡ଼ କରିଥିବା ବ୍ୟକ୍ତି ଜଣକ ହେଲେ ସେହି ଗାଁର ଦୁଷ୍ମନ୍ତ ସାହୁ (ପିଣ୍ଟୁ ସାହୁ)। ସିଗାରେଟ ମାଗିବାକୁ ନେଇ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଦୁଷ୍ମନ୍ତର ଗାଁରେ ଏକ ପାନ ଦୋକାନ ଅଛି । ଲିଟୁ ସେହି ଦୋକାନରୁ ଏକ ସିଗାରେଟ ବାକି ମାଗିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁଷ୍ମନ୍ତ ଏକ ଛୁରା ସାହାଯ୍ୟରେ ଲିଟୁକୁ ଆକ୍ରମଣ କରିବାରୁ ଏଭଳି ଘଟଣା ଘଟିଛି । ଏବେ ଲିଟୁର ମୃତଦେହ ଅନଗୁଳ ମେଡିକାଲରେ ରହିଛି।