ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତ୍ୟେକ ପଞ୍ଚାୟତରେ ହେବ…

0

ଭୁବନେଶ୍ୱର,୨୧।୬: ଆଜି ପାଳନ ରାଜ୍ୟରେ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରରେ ଯୋଗ ଦିବସ ପାଳନ ଅବସରରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଆରୋଗ୍ୟମ ସେଣ୍ଟର ଖୋଲିବ। ପ୍ରତି ଆରୋଗ୍ୟମ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।

ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସରେ ସାମିଲ ହୋଇ ଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ଯୋଗ ଗୋଟିଏ ଦିନ ନୁହେଁ ସବୁଦିନ କରିବା ଉଚିତ।

Leave A Reply

Your email address will not be published.