ନୂଆଦିଲ୍ଲୀ (ଆମ ଟିଭି): ଶୁକ୍ରବାର ଦିନ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଯାଉଛନ୍ତି। କୋର୍ଟ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଦିଲ୍ଲୀର ମଦ ଦୁର୍ନୀତିରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
ଗତ ମାସରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ଜାମିନ ଆବେଦନ ଉପରେ ଶୁଣାଣି ସେପ୍ଟେମ୍ବର ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତାଙ୍କ ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିସୋଡିଆ କୋର୍ଟରୁ ଜାମିନ ମାଗିଛନ୍ତି। ଦିଲ୍ଲୀର ମଦ ସ୍କାମର ତଦନ୍ତ ଉଭୟ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା, ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଦ୍ୱାରା ପରିଚାଳିତ ହେଉଛି।