ଅଗଷ୍ଟ ୪ରେ ରାହୁଲ ଗାନ୍ଧିଙ୍କ ମାମଲାର ଶୁଣାଣି

0

ନୂଆଦିଲ୍ଲୀ: ‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲାରେ ପାଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନର ଶୁଣାଣି ଅଗଷ୍ଟ ୪ ତାରିଖ ଦିନ କରାଯିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ମାନହାନୀ ମାମଲାର ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ବି ନୋଟିସ ଜାରି କରିଛନ୍ତି। କେବଳ ସେତିକି ନୁହେଁ, ଗୁଜରାଟ ସରକାର ଓ ଅନ୍ୟମାନଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନୋଟିସ୍‌ ଜାରି କରିଛନ୍ତି।

 

ମୋଦୀ ସାଙ୍ଗିଆ ମନ୍ତବ୍ୟ ପାଇଁ ଅପରାଧିକ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ୨ ବର୍ଷ ଜେଲ୍‌ ଦଣ୍ଡାଦେଶକୁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ, କିନ୍ତୁ ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ମନା କରି ଦେଇଥିଲେ।

ଆଜି ଏହି ରାହୁଲ୍‌ଙ୍କ ଆବେଦନର ଶୁଣାଣି ଆରମ୍ଭ କରି ବିଚାରପତି ବି. ଆର୍‌. ଗୱାଇ କହିଲେ ଯେ, ଶୁଣାଣି ଆରମ୍ଭ କରିବା ପୂର୍ବରୁ ମୁଁ ଉଭୟ ପକ୍ଷରୁ ଥିବା କିଛି ଅସୁବିଧା କଥା କହିବି। ମୋ ବାପା ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ। ଯଦିବା ସେ କଂଗ୍ରେସର ସଦସ୍ୟ ନ ଥିଲେ, କିନ୍ତୁ କଂଗ୍ରେସ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା।

ବିଚାରପତି ଏ. ଏମ୍‌. ସିଂହୱିଙ୍କୁ ମଧ୍ୟ ସେ କହିଲେ, ଆପଣ ୪୦ ବର୍ଷରୁ ଅଧିକ କାଳ କଂଗ୍ରେସରେ ଅଛନ୍ତି। ମୋ ଭାଇ ଏବେ ମଧ୍ୟ କଂଗ୍ରେସରେ ରହି ରାଜନୀତି କରୁଛନ୍ତି। ଆପଣଙ୍କର କିଛି ସମସ୍ୟା ଥିଲେ କୁହନ୍ତୁ। କିନ୍ତୁ, କୌଣସି ସମସ୍ୟା ନାହିଁ ବୋଲି ସିଂହୱି ଓ ଅନ୍ୟମାନେ କହିଥିଲେ।

Leave A Reply

Your email address will not be published.