ଆଜି ସତ୍ୟେନ୍ଦ୍ର ଜୈନଙ୍କ ଜାମିନ୍ ଆବେଦନର ଶୁଣାଣି

0

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଦିନ ହେବ ଆପ୍ ନେତା ସତ୍ୟେନ୍ଦ୍ର ଜୈନ ଜେଲରେ ଅଛନ୍ତି । ବାରମ୍ବାର ଜାମିନ୍ ଆବେଦନ କଲେ ମଧ୍ୟ ଜାମିନ୍ ମିଳୁନି । ଏହାରି ଭିତରେ ଆଜି ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ମାମଲାର ଶୁଣାଣି ହେବ । ବେଆଇନ ଅର୍ଥକାରବାର ମାମଲା ପ୍ରସଙ୍ଗରେ ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ମାମଲାର ଶୁଣାଣି ଆଜି କରିବେ ଦିଲ୍ଲୀ ହାଇକୋର୍ଟ । ମାମଲାର ତୁରନ୍ତ ବିଚାର ଲାଗି ସତ୍ୟେନ୍ଦ୍ର କରିଥିବା ଆବେଦନକୁ ଗତ ୧୨ ତାରିଖରେ ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ ।

ହାଇକୋର୍ଟରେ ମାମଲାର ବିଚାର ଚାଲିଥିବାରୁ ଏଥିରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି କହିଥିଲେ ଜଷ୍ଟିସ ଏମ.ଆର. ଶାହା ଓ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ । ତୁରନ୍ତ ମାମଲାର ଶୁଣାଣି ଲାଗି ସତ୍ୟେନ୍ଦ୍ର କରିଥିବା ଆବେଦନର ତୀବ୍ର ବିରୋଧ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହଟା । ଗତ ଡିସେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରୁ ସତ୍ୟେନ୍ଦ୍ରଙ୍କ ଜାମିନ ସଂକ୍ରାନ୍ତରେ ମତ ମାଗିଥିଲେ ଦିଲ୍ଲୀ ହାଇକୋର୍ଟ । ଦେଖାଯାଉ ତାଙ୍କୁ ଜାମିନ୍ ମିଳୁନି ନା ଆବେଦନ ପୁଣି ଖାରଜ୍ ହୋଇଯାଉଛି ।

Leave A Reply

Your email address will not be published.