ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ

0

ନୂଆଦିଲ୍ଲୀ(ଆମ ଟିଭି): ଜୁଲାଇ ୧ରୁ ଦେଶରେ ବ୍ୟାନ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍। ପିଲାଙ୍କ କ୍ୟାଣ୍ଡି ହେଉ ବା ଅନ୍ୟ କୌଣସି ଜିନିଷର ପ୍ୟାକିଂ ପାଇଁ ହେଉ, ପ୍ଲାଷ୍ଟିକ୍ ଅନେକ ସାମଗ୍ରୀରେ ବ୍ୟବହାର ହୋଇଥାଏ । କିନ୍ତୁ ଏଣିକି ଆପଣଙ୍କୁ ସିଙ୍ଗଲ ୟୁଜ୍ ଅଫ ପ୍ଲାଷ୍ଟିକ୍ ନଜର ଆସିବନି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ବର୍ଷ ପୂର୍ବରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ଶପଥ ନେଇଥିଲେ । ଏବେ ୧ ଜୁଲାଇରୁ ଏହି ରୁଲ୍ସକୁ ସମ୍ପୂର୍ଣ୍ଣ ରୂପେ ଫଲୋ କରାଯିବ । ଏବେଠୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ବ୍ୟାନ୍ ଲାଗିବ ।

୧ ଜୁଲାଇରୁ ଦେଶର ସମସ୍ତ ରାଜ୍ୟରେ କମ୍ ବ୍ୟବହାର ଏବଂ ଅଧିକ ଆବର୍ଜନା ପ୍ରସ୍ତୁତ କରୁଥିବା ୧୯ ବସ୍ତୁର ପ୍ରଡକ୍ସନ, ଷ୍ଟକ୍, ଆମଦାନୀ, ସପ୍ଲାଇ, ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ ଲାଗିବ । ନିମ୍ନ ଲିଖିତ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲାଗିବ । ଷ୍ଟ୍ର(ପାନୀୟ ପାଇଁ ବ୍ୟବହୃତ ପାଇପ୍), ଷ୍ଟିରର(ପାନୀୟ ଏକ ପ୍ରକାର ପ୍ଲାଷ୍ଟିକ୍ ପାଇପ୍), ଇୟର ବଡ, କ୍ୟାଣ୍ଡି, ବେଲୁନ୍ (ଯେଉଁଥିରେ ପ୍ଲାଷ୍ଟିକ୍ ଛଡ ଲାଗିଥିବ), ପ୍ଲାଷ୍ଟିକ୍ ବାସନ କୁସନ(ଚାମଚ, ପ୍ଲେଟ୍ ଆଦି), ସିଗାରେଟ୍ ପ୍ୟାକେଟ୍ପ୍ୟା, କେଜିଂ ଫିଲ୍ମ ଏବଂ ସଜାସଜ୍ଜି ସାମଗ୍ରୀରେ ବ୍ୟବହୃତ ଥର୍ମୋକୋଲ୍। ଯଦି କୌଣସି ବି ୟୁନିଟ୍ ବ୍ୟାନ୍ ହୋଇଥିବା ସାମଗ୍ରୀ ବିକୁଥିବା ନଜର ଆସେ ତେବେ ତା ବାଣିଜ୍ୟିକ ଲାଇସେନ୍ସ ରଦ୍ଦ କରାଯିବ । ଏହାକୁ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(CPCB) ନିଜ ରାଜ୍ୟର ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛି । 

Leave A Reply

Your email address will not be published.