ଜାଡରେ ଥରୁଛି ଉତ୍ତର ଭାରତ: ଆସନ୍ତା ୧୫ ଦିନ ଦିଲ୍ଲୀର ସ୍କୁଲ ବନ୍ଦ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଭାରତରେ ଶୀତ ଲହରୀ ଜାରି ରହିଛି। ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ।  ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଅନେକ ରାଜ୍ୟରେ ରାତି ଓ ସକାଳେ ଘନ କୁହୁଡି ଦେଖାଦେଉଛି । ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖାଯାଉନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ କରାଯାଇଛି । ପ୍ରବଳ ଶୀତ ପାଇଁ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀ ସଫଦରଗଞ୍ଜରେ ଆଜି ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୯ ଡିଗ୍ରୀ ରେକର୍ଡ କରାଯାଇଛି । ରାଜସ୍ଥାନର ଚୁରରେ ସର୍ବନିମ୍ନ ତାପମାତ୍ରା ଶୂନ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦିଲ୍ଲୀର ସଫଦରଗଞ୍ଜ ଓ ପାଲମରେ ଭିଜିବିଲିଟି ୨୫ ମିଟର ରେକର୍ଡ କରାଯାଇଛି । ଉତ୍ତର ଭାରତରେ ଘନ କୁହୁଡି ପାଇଁ ଗତକାଲି ୪୮୦ଟି ଟ୍ରେନ୍ ପ୍ରଭାବିତ ହୋଇଥିଲା । କୁହୁଡି ଯୋଗୁଁ ୩୩୫ଟି ଟ୍ରେନ୍ ବିଳମ୍ବରେ ଚଳାଚଳ କରୁଛି । ସେହିପରି ୮୮ଟି ଟ୍ରେନକୁ ବାତିଲ କରାଯାଇଛି ।

Leave A Reply

Your email address will not be published.