ନୂଆଦିଲ୍ଲୀ(ଆମ ଟିଭି): ଉତ୍ତର ଭାରତରେ ଜାରି ରହିଛି ପ୍ରବଳ ବର୍ଷା । ଭାରି ବର୍ଷା କାରଣରୁ ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି ।
ତେବେ ବର୍ଷା ଏବଂ ଜଳବନ୍ଦୀ ସମସ୍ୟାକୁ ଦେଖି ଗୁରୁଗ୍ରାମ ଏବଂ ନୋଏଡାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କିଛି ପ୍ରାଇଭେଟ୍ କମ୍ପାନୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।