ଭୁବନେଶ୍ବର (ଆମ ଟିଭି): ସାରା ରାଜ୍ୟରେ କମିଛି ତାତି, ବଢ଼ିଛି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିଛି । ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଉପକୂଳ ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା । ୧୦ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିବ । ମୟୂରବଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି ।
ଅନ୍ୟପଟେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି । ଚଳିତ ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ୧ ଜୁନ୍ରୁ ୪ ଜୁଲାଇ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧% କମ୍ ରହିଛି ।