ପ୍ରବଳ ବର୍ଷିବ: ୧୦ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣଂ

0

ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷିବ । ଭିଜିବ ଟ୍ବିନ୍‌ସିଟି ଓ ଆଖପାଖ ଅଞ୍ଚଳ । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ସର୍ତକତା ଜାରି କଲା ପାଣିପାଗ ବିଭାଗ । ଆଜି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଗତ ୬ ଦିନରେ ରାଜ୍ୟରେ ଭଲ ବର୍ଷା ରେକର୍ଡ ହୋଇଛି। ୧ରୁ ୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୭୦.୪ ମିମି ତୁଳନାରେ ୨୦% ଅଧିକ।

Leave A Reply

Your email address will not be published.