ଭୁବନେଶ୍ୱର (ଆମ ଟିଭି): ଆସୁଛି ପ୍ରବଳ ବର୍ଷା। ସିରିଜ୍ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଗଂଜାମ, ଗଜପତି, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଆଗାମୀ ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏହି ବର୍ଷା ପରେ ରାଜ୍ୟରେ ନିଅଣ୍ଟିଆ ବର୍ଷାର ଭରଣା ହୋଇପାରିବ ବୋଲି ଆଶା କରାଯାଉଛି।
୨୭% ନିଅଣ୍ଟିଆ ବର୍ଷା ହୋଇଛି । ବାଲେଶ୍ୱର- ସର୍ବାଧିକ ୬୦, ମୟୁରଭଞ୍ଜ- ୫୬, ଭଦ୍ରକ-୪୭, ଅନୁଗୁଳ-୪୩, ସୁନ୍ଦରଗଡ଼-୪୩, କେନ୍ଦ୍ରାପଡ଼ା-୪୧, କେନ୍ଦୁଝର-୪୧, ଯାଜପୁର-୩୮, ପୁରୀ-୩୮, କଳାହାଣ୍ଡି- ୩୬, ଝାରସୁଗୁଡ଼ା-୩୫, ବଲାଙ୍ଗୀର -୩୨, ସମ୍ୱଲପୁର-୨୭, ବରଗଡ଼-୨୬, ଦେବଗଡ଼-୨୪, ନୂଆପଡା-୨୨, ଜଗତସିଂହପୁର- ୨୨ ପ୍ରତିଶତ କମ୍ ବର୍ଷା ହୋଇଛି।