ନୂଆଦିଲ୍ଲୀ (ଆମ ଟିଭି): କେରଳରେ ପ୍ରକୃତିର ତାଣ୍ଡବ। ମଙ୍ଗଳବାରଠାରୁ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇଉଠିଛି। ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି ଥିରୁଅନନ୍ତପୁରମ୍, କୋଲାମ, ଆଲାପୁଜା, ଏର୍ନାକୁଲମ୍, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲ୍ଲା। ଏଥିରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।
କୌଣସି ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ, ଅଗ୍ନିଶମ ବାହିନୀ, ପୁଲିସ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ପ୍ରାୟ ୨୨୩ ଜଣ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ଜଳମଗ୍ନ ଥିବାରୁ ସେଠାକୁ ନଯିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।