ନୂଆଦିଲ୍ଲୀ (ଆମ ଟିଭି): ମୌସୁମୀ କେରଳ ଛୁଇଁବା ପରେ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ରାଜଧାନୀ ଦିଲ୍ଲୀ ବ୍ୟତୀତ ମୁମ୍ବାଇରେ ଗତକାଲି ଅଧରାତିରୁ ବର୍ଷା ଲାଗି ରହିଛି । ଫଳରେ ମେଟ୍ରୋ, ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ମେଟ୍ରୋ ଉପରେ ନିର୍ଭର କରିଥିବା ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ପାଣିପାଗ ବିଭାଗ ମୁମ୍ବାଇର ଏବଂ ସ୍ଥାନୀୟ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଜାରି କରିଛି । ମୁମ୍ବାଇ ଠାଣେ ଏବଂ ପାଲଘର ଭଳି ସମୁଦ୍ରକୂଳିଆ ଜିଲ୍ଲାରେ ଚେତାବନୀ ଜାରି ହୋଇଛି । ବର୍ଷା ଓ ପବନ କିମ୍ବା ବଜ୍ରପାତ ଆଶଙ୍କା ରହିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ନାଗରିକଙ୍କୁ ଅପିଲ୍ କରିଛି । ୩୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ରବିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରବିବାର ରାତିରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁବିଭିନ୍ନ ସ୍ଥାନରେ ପାଣି ଭରିରହିଛି । ଅନେକ ସ୍ଥାନରେ ବର୍ଷା ଯୋଗୁଁ ଭୀଷଣ ଜାମ୍ ଲାଗି ରହିଛି । ଆଜି ମଧ୍ୟ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ ।ନରିମନ ପଏଣ୍ଟ, ଫାୟର ଷ୍ଟେସନ, ଗ୍ରାଣ୍ଡ ରୋଡ, ସି ୱାର୍ଡ ଅଫିସ, କୋଲାବା ଫାୟର ଷ୍ଟେସନ, ମାଣ୍ଡଭି ଫାୟର ଷ୍ଟେସନ, ଭାୟକଲା, ବ୍ରିଟାନିଆ ଷ୍ଟର୍ମ ୱାଷ୍ଟର ଷ୍ଟେସନରେ ରେକର୍ଡ ବର୍ଷା ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ରାଜ୍ୟ ଆସାମ, ମେଘାଳୟ, ମଣିପୁର ସମେତ ଅନ୍ୟ ରାଜ୍ୟରେ ୨୫ ରୁ ୩୧ ମଇ ମଧ୍ୟରେ ପ୍ରବଳବର୍ଷା ସମ୍ଭାବନା ରହିଛି ।