ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବର୍ଷାର ସମ୍ଭାବନା ବଢିବାରେ ଲାଗିଛି । ଏହାରି ଭିତରେ ଯାହା ଖବର ମିଳିଛି, ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । ସେହିପରି ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଅନ୍ୟପକ୍ଷରେ ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ କମିଛି ବର୍ଷାର ମାତ୍ରା । ହେଲେ ତାପମାତ୍ରା ବଢିଥିବା ବେଳେ ଉଚ୍ଚ ଆର୍ଦ୍ରତା ରହିଛି । ଯାହା ଦ୍ୱାରା ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୧୧ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ ହୋଇଛି । ପୁରୀରେ ୭୮, ବାଲେଶ୍ୱର ଓ ଗୋପାଳପୁରରେ ୭୫ ପ୍ରତିଶତ ଆର୍ଦ୍ରତା ରହିଛି । ଚାନ୍ଦବାଲିରେ ୭୨, କେନ୍ଦୁଝରରେ ୬୭ ଓ ଭୁବନେଶ୍ୱରରେ ଆର୍ଦ୍ରତା ରହିଛି ୫୭ ପ୍ରତିଶତ ।

Leave A Reply

Your email address will not be published.