ନୂଆଦିଲ୍ଲୀ(ଆମ ଟିଭି): ଦୁର୍ନିତି ମାମଲାରେ ଜେଲକୁ ପଠାଯାଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜିଠାରୁ ପଚରାଉଚରା କରାଯିବ। ଏହାପୂର୍ବରୁ ଜେଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ଶୁକ୍ରବାର ରାଞ୍ଚିର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏଥି ସହ ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ସେ ଇଡି ଗିରଫକୁ ବାତିଲ କରିବାକୁ ଦାବି କରିଥିଲେ।
ସୋରେନଙ୍କ ରିମାଣ୍ଡ ଅବଧି ଶନିବାରଠାରୁ ଆରମ୍ଭ ହୋଇଛି। ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଅଣାଯିବ। ଦିନେ ସୋରେନ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲର ସେଲ ନମ୍ବର ୧ରେ ରହିଥିଲେ।