ହେମନ୍ତ ସୋରେନଙ୍କ ପତ୍ତା ପାଉନି ଇଡି

0

ନୂଆଦିଲ୍ଲୀ(ଆମ ଟିଭି): ଝାଡ଼ଖର୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପାଇଁ ଖୋଜୁଥିବା ବେଳେ ସୋରେନଙ୍କର ପତ୍ତା ମିଳୁନାହିଁ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଦୁର୍ନୀତି ସଂପର୍କିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରା ଉଚରା କରିବାକୁ ଇଡି ଖୋଜୁଛି । ସୋମବାର ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଛନ୍ତି । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଇଡି ପକ୍ଷରୁ ହେମନ୍ତ ସୋରେନ ନିଖୋଜ ଥିବା କହିବା ସହ ଏୟାରପୋର୍ଟକୁ ଅଲର୍ଟ କରାଯାଇଛି ।

ଇଡି ଚଢାଉକୁ ନେଇ ଉତ୍ତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ୟ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜାନୁଆରୀ ୨୭ରେ ଇଡି ଦଶମ ଥର ପାଇଁ ସମନ ପଠାଇ ଜାନୁଆରୀ ୨୯ରୁ ୩୧ ତାରିଖରେ ହାଜର ହେବାକୁ କହିଥିଲା । ସେହିଦିନ ରାଞ୍ଚି ରୁ ରାଜଧାନୀ ଦିଲ୍ଲୀ ଆସିଥିଲେ ହେମନ୍ତ ସୋରେନ । ସୋରେନ ଇଡିକୁ ଚିଠି ଲେଖିଥିଲେ ମଧ୍ୟ ପଚରାଉଚରା ପାଇଁ ତାରିଖ ଓ ସମୟ ଠିକ୍ କରିନଥିଲେ ।

Leave A Reply

Your email address will not be published.