ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ, ନିଦ ହଜେଇ ଦେଲେଣି ବର୍ଷା

0

କଟକ(ଆମ ଟିଭି): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶନୀଙ୍କ ମଧ୍ୟରେ ତିକ୍ତତା ବାଟରେ ପଡି ପଡ଼ି ହାଟରେ ଗଡ଼ୁଛି । ଉଭୟଙ୍କ ଦାମ୍ପତ୍ୟର କଳହ ଏକ ପ୍ରକାର କୂଳ ଲଂଘିବା ପରିସ୍ଥିତିରେ । ଅନୁଭବ ନିଜର ମନର କଥା ପରିପ୍ରକାଶ କରିବା ପାଇଁ ସୋସିଆଲ ମିଡ଼ିଆରେ ସାହାରା ନେଇଥିବା ବେଳେ ବର୍ଷା ସାଇବର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏହାରି ମଧ୍ୟରେ ଆଜି ସାମ୍ନାକୁ ଆସିଛି ଅନୁଭବଙ୍କ ଆଉ ଏକ ଭିଡିଓ । ପ୍ରାୟ ୫ ମିନିଟର ଏହି ଭିଡିଓରେ ସେ କେବଳ ତାଙ୍କ ଫ୍ୟାନ୍ ଓ ଜନତାଙ୍କ ପାଇଁ କରିଛନ୍ତି । ଭିଡିଓରେ ତାଙ୍କର ଓ ବର୍ଷାଙ୍କ ବିବାହ ବିଚ୍ଛେଦ କଥା କିମ୍ବା ନିଜକୁ କିଛି ପ୍ରମାଣିତ କରିବାର ଇଚ୍ଛା ଦର୍ଶାଯାଇନାହିଁ । ଏହି ଭିଡିଓରରେ ଅନୁଭବ ଥରଟିଏ ବି ଅଭିନେତ୍ରୀ ବର୍ଷାଙ୍କ ନାଁ ନେଇନାହାନ୍ତି, କିନ୍ତୁ ସମ୍ପୂର୍ଣ୍ଣ ଭିଡିଓଟି ବର୍ଷାଙ୍କୁ ଇଣ୍ଡିକେଟ କରୁଛି । ଭିଡିଓରେ ଅନୁଭବ କହିଛନ୍ତି, ସେ ସକାଳୁ କେବେ ଉଠି ପାରନ୍ତି ନାହିଁ । ଏବେ କିନ୍ତୁ ରାତିରେ ନିଦ ହେବା କଷ୍ଟକର ହୋଇପଡ଼ିଛି ।

ନିଜ ସମର୍ଥକମାନଙ୍କ ପାଇଁ ସେ ସକାଳୁ ଉଠି କାମ କରୁଛନ୍ତି ବୋଲି କହିଛନ୍ତି ଅନୁଭବ । ସେ ଏବଂ ତାଙ୍କ ପରିବାର ତରଫରୁ ଫ୍ୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ସେ ଆହୁରି କହିଛନ୍ତି କି ଏବେ ସେ ଭଡ଼ା ଘରେ ରହୁଛନ୍ତି, ନିଜ ଘରେ ରହୁନାହାନ୍ତି । ପରିବାର ସହ ରହୁଥିବା ଘର ହିଁ ତାଙ୍କର ଘର ବୋଲି କହିଛନ୍ତି ଅନୁଭବ । ହେଲେ ବାପା-ବଡ଼ ବାପାଙ୍କ ପାଇଁ ନିଜ ଘର ବେଶି ଗୁରୁତ୍ୱ ରଖେ । ନିଜର ପିତାମାତାଙ୍କୁ ଭଲ ପାଇବାରେ ଉଣା କରନ୍ତୁନି ବୋଲି କହିଛନ୍ତି ଅନୁଭବ ମହାନ୍ତି । ସମସ୍ତେ ଖୁସିରେ ରୁହନ୍ତୁ ବୋଲି ଶୁଭକାମନା ଜଣାଇବା ସହ ନିଜ ପରିବାର ସହ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି ଅନୁଭବ ।

Leave A Reply

Your email address will not be published.