ଚଳଚ୍ଚିତ୍ର “ଦମନ” ଦେଖିଲେ ହାଇଟେକ୍ ମେଡିକାଲ କଲେଜ ଛାତ୍ର ଛାତ୍ରୀ 

0

ଭୁବନେଶ୍ୱର (ଆମ ଟିଭି):ଫିଲ୍ମ ରେ ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ ଆଉ ଦକ୍ଷିଣୀ ନାୟକ ଷ୍ଟାଇଲ ର ଧୂଳି ଉଡ଼ା ଫାଇଟ ବି ନାହିଁ. ଫିଲ୍ମ ର ଚରିତ୍ର ମାତ୍ର ଦୁଇ ଜଣ, ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ. ସାଙ୍ଗ ରେ ଜଣେ ସେବିକା.. ତଥାପି ସବୁ ଦିନ ହାଉସ ଫୁଲ କେବଳ ଓଡ଼ିଶାରେ ନୁହେଁ. ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ ଦମନ କୁ ବିପୁଳ ସମର୍ଥନ ମିଳିଛି.

ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ ଇତିହାସ.।“ଆସ ଓଡିଆ ସିନେମା ବଞ୍ଚାଅ ଅଭିଯାନ” ଆଜି ସଫଳ ହୋଇଛି ସବୁବର୍ଗର ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ। ଦମନ କୁ ପ୍ରଥମେ ୧୦ଟି ହଲ୍ ପରେ ୪୩ ଟି ହଲ୍ ରେ ଗୋଟିଏ ଗୋଟିଏ ସୋ ଆଉ ଏବେ ୫୩ଟି ହଲ୍ ସହ ରାତି ୧୦.୩୦ମି ବି ହାଉସଫୁଲ୍। ଓଡିଶା ବାହାରେ କୋଲକାତା,ମୁମ୍ବାଇ,ଦିଲ୍ଲୀ,

ବାଙ୍ଗାଲୋର,ହାଇଦ୍ରାବାଦ ରେ ଦୁଇ ଦୁଇଟି ସୋ ହାଉସଫୁଲ୍।ଅଭିନେତା ବାବୁସାନ ଓ ଦିପନ୍ବୀତ ବ୍ୟତୀତ ଅନ୍ୟ ସମସ୍ତ କଳାକାରଙ୍କୁ ୧ବର୍ଷ ଧରି ନିର୍ଦ୍ଦେଶକ କର୍ମଶାଳା ମାଧ୍ୟମରେ ଅଭିନୟ ଶିକ୍ଷା ପ୍ରଦାନ କରିଥିଲେ।

Leave A Reply

Your email address will not be published.