ହାଇକୋର୍ଟ ଭାରାକ୍ରାନ୍ତ ହେଉଛି: ଜୟନାରାୟଣ ମିଶ୍ର

0

ଭୁବନେଶ୍ୱର (ଆମ ଟିଭି): ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଦାବି । ଏହାରି ଭିତରେ ଜୟନାରାୟଣ ମିଶ୍ର ଦେଇଛନ୍ତି ବଡ଼ ମନ୍ତବ୍ୟ । ସେ କହିଛନ୍ତି, ‘ମୁଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି। ଆନ୍ଦୋଳନରେ ମୁଁ ଅଂଶ ବିଶେଷ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ସମସ୍ତ ନାଗରିଙ୍କର ଅଧିକାର। ଭାରତୀୟ ସମ୍ଭିଧାନ ଅନୁସାରେ ତାକୁ କେହି ବାରଣ ପାରିବେନି। ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ।’

ସେ କହିଛନ୍ତି, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କୌଣସି ଠୋସ୍ ପ୍ରସ୍ତାବ ଦେଇନାହାନ୍ତି। କିଛି ଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ ଏପରି କହିଥିଲେ। ଓଡ଼ିଶା ସରକାର କ’ଣ ପାଇଁ ଟାଳଟୁଳ ନୀତି କରୁଛନ୍ତି? ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କେଉଁଠି ହେବ, ସରକାର ସେ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବ। ହେଲେ ହାଇକୋର୍ଟ ବେଞ୍ଚ କେଉଁ ଜାଗାରେ ହେବ ସେଥିପାଇଁ ସରକାର ବିଧିବଦ୍ଧ ପ୍ରସ୍ତାବ ଆଣୁନାହାନ୍ତି। ଏହିସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ।

Leave A Reply

Your email address will not be published.