ନୂଆଦିଲ୍ଲୀ (ଆମ ଟିଭି): ମମତାଙ୍କୁ ବଡ଼ ଝଟକା । କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଅନୁସାରେ ମମତା ସରକାରଙ୍କ ମହାତ୍ୱାକାଂକ୍ଷୀ ଯୋଜନା ଦୁଆରେ ରାସନକୁ ବେଆଇନ ବୋଲି ହାଇକୋର୍ଟ କହିଛନ୍ତି । ଗୋଟିଏ ବର୍ଷ ପୂର୍ବେ ମମତା ବାନାର୍ଜୀ ଏହି ଯୋଜନାର ଉଦଘାଟନ କରିଥିଲେ । ଏହା ଅଧିନରେ ରାସନ କାର୍ଡ ଧାରକଙ୍କ ଘରେ ପହଞ୍ଚି ରାସନ ପହଞ୍ଚାଯାଉଥିଲା ।
ମମତା ସରକାରଙ୍କ ଦାବି ଅନୁସାରେ, ଏହି ଯୋଜନାରେ ରାଜ୍ୟର କୋଟି କୋଟି ଲୋକଙ୍କୁ ଲାଭ ମିଳିବ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା ମଧ୍ୟ କରିବାକୁ ପଡିବ ନାହିଁ । ସେପ୍ଟେମ୍ୱର ୧୧ରେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା କିନ୍ତୁ ହାଇକୋର୍ଟ ନିଜ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଏହି ଯୋଜନାକୁ ନିଜର ଘୋଷଣା ପତ୍ରରେ ସାମିଲ କରିଥିଲା । ତେବେ କିଛି ରାସନ ଡିଲର ଏହାକୁ ବେଆଇନ କହିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହାକୁ ବେଆଇନ ବୋଲି କହିଛନ୍ତି ହାଇକୋର୍ଟ ।