ସୁପ୍ରିମକୋର୍ଟରେ ହୋଇପାରିଲାନି ହିଜାବ ମାମଲାରେ ଶୁଣାଣି

0

ନୂଆଦିଲ୍ଲୀ (ଆମ ଟିଭି): ବହୁ ଚର୍ଚ୍ଚିତ ହିଜାବ ମାମଲାରେ ଆଜି ଥିଲା ଶୁଣାଣି । କିନ୍ତୁ ଏହା ଉପରେ ଆଜି ସୁପ୍ରିମକୋର୍ଟରେ ହୋଇପାରିଲାନି ଶୁଣାଣି । ଦୁଇ ଜଜଙ୍କ ମଧ୍ୟରେ ମତଭେଦ ହେତୁ ଏବେ ମାମଲା ସାମ୍ବିଧାନିକ ବେଞ୍ଚକୁ ସ୍ଥାନାନ୍ତର ହୋଇଛି । ଏଭଳି ପରିସ୍ଥିତିରେ ମାମଲା ବର୍ତ୍ତମାନ ତିନିଜଣ ବିଚାରପତିଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ବଡ ବେଞ୍ଚରେ ସର୍ବସମ୍ମତି କ୍ରମେ କିମ୍ବା ନିଷ୍ପତ୍ତି ନିଆଯାଇପାରେ । ଗୁରୁବାର ଦିନ ଜଷ୍ଟିସ ହେମନ୍ତ ଗୁପ୍ତା ତାଙ୍କ ରାୟରେ କର୍ଣ୍ଣାଟକ ସରକାରଙ୍କ ତରଫରୁ ହିଜାବ ବ୍ୟାନ୍କୁ ସଠିକ୍ କହିବା ସହ ବିରୋଧକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥି ସହିତ ଜଷ୍ଟିସ୍ ଧୁଲିଆ କର୍ଣ୍ଣାଟକ ସରକାରଙ୍କ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଭୁଲ ବୋଲି ବିବେଚନା କରିଥିଲେ । ଏଭଳି ପରିସ୍ଥିତିରେ ଦୁଇ ବିଚାରପତିଙ୍କ ଭିନ୍ନ ନିଷ୍ପତ୍ତି ଯୋଗୁଁ ମାମଲାର ଶୁଣାଣି ହୋଇପାରିନି ।

ସୂଚନା ଥାଉକି, କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ରାୟ ଆସିବାର ଥିଲା । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ଲାଗି ରହିଛି । ପ୍ରଥମେ ଗୋଟିଏ ସ୍ଥାନରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ବ୍ୟାପୀ ଯାଇଥିଲା। ପରେ ଏହା ଜାତୀୟ ପ୍ରସଙ୍ଗ ପାଲଟିଯାଇଥିଲା। ସୁପ୍ରିମକୋର୍ଟରେ ଲଗାତର ୧୦ ଦିନ ଧରି ଏହି ମାମଲା ହୋଇଛି।

Leave A Reply

Your email address will not be published.