ହିମାଚଳପ୍ରଦେଶରେ ପୁଣି ଲାଗୁ ହେଲା ପୁରୁଣା ପେନସନ ଯୋଜନା

0

ହିମାଚଳପ୍ରଦେଶ (ଆମ ଟିଭି): ପୁଣି ଫେରିଲା ପୁରୁଣା ପେନସନ । ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେଲା ପୁରୁଣା ପେନସନ ଯୋଜନା । ଗତ ନିର୍ବାଚନ ସମୟରେ ଏହି ଯୋଜନାକୁ କାର୍ୟ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ପୁରୁଣା ପେନସନ୍ ଯୋଜନା ଜରିଆରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୩୬ ହଜାର କର୍ମଚାରୀ । ଯୋଜନାକୁ ପୁନର୍ବାର କାର୍ୟ୍ୟକାରୀ କରିବା ସକାଶେ ଗତ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ନିଷ୍ପତ୍ତି ନେଇଥିଲେ ।

ପୁରୁଣା ପେନସନ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ ଏହି ଯୋଜନାକୁ କାର୍ୟ୍ୟକାରୀ କରିବା ଲାଗି ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତିକୁ ରାଜ୍ୟ ସରକାର କାର୍ୟ୍ୟକାରୀ କରିଛନ୍ତି । ସେହିପରି ୧୮ରୁ ୬୦ ବର୍ଷ ବୟସ୍କା ମହିଳାମାନଙ୍କୁ ମାସିକ ୧୫ ଶହ ଟଙ୍କା ଦେବା ଲାଗି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ମଧ୍ୟ କାର୍ୟ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.