ଅନୁଗୁଳରେ ଏକ ନୂଆ ରୂପରେ ଉଦଘାଟନ ହେଲା ‘ହିମାଳୟ ଅପ୍ଟିକାଲ’

0

ଭୁବନେଶ୍ୱର (ଆମ ଟିଭି): ଅତୀତ ଓ ଭବିଷ୍ୟତର ସାଥୀ ହେଉଛି ଦୁଇ ଆଖି । ଭଲ ଦେଖିବା ଓ ସ୍ୱଚ୍ଛ ଦେଖିବା ହେଉଛି ଗୁରୁତ୍ବପୁର୍ଣ୍ଣ କାମ । ଏହି ଧାରାରେ ଭାରତୀୟ ବଜାରରେ ଅନେକ ବଡ ବଡ ଅପ୍ଟିକାଲ ଶିଳ୍ପ ରହିଛି । ଯାହା ମାନବ ସମାଜର ହିତ ସାଧନ ପାଇଁ କାମ କରିଆସୁଛି । ଏହା ମଧ୍ୟରେ ଲୋକଙ୍କ ବିଶ୍ବାସ ଓ ଭରସା ଜିତିଥିବା କମ୍ପାନୀ ହେଉଛି ‘ହିମାଳୟ ଅପ୍ଟିକାଲ’ । ଯାହା ୧୯୩୫ ମସିହାରୁ ସ୍ଥାପିତ ହୋଇ ଏଯାବତ ନିଜର ସେବା ଜାରି ରଖିଛି । ବର୍ତ୍ତମାନ ଏହା ଅନୁଗୁଳରେ ପୁଣି ନୂତନ ଭାବରେ ଶୁଭମୁକ୍ତି ହୋଇସାରିଛି । ଏହି ଆୟୋଜନ ସଭାରେ ମୁଖ୍ୟ ଆକର୍ଷଣ ଭାବରେ ଉପସ୍ଥିତ ରହିଥିଲେ ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର । ତାଙ୍କ ସହିତ ହିମାଳୟା ଅପ୍ଟିକାଲ୍ସ ର ମାର୍କେଟିଂ ହେଡ୍ ଜୟା ଦେ ଏବଂ ରିଜିଓନାଲ ହେଡ଼ ବିବେକ କେଡ଼ିଆ ଯୋଗଦେଇଥିଲେ l

ଅନୁଗୁଳରେ ଉଦଘାଟନ ହୋଇଥିବା ଏହି ଅପ୍ଟିକାଲ ଶୋ’ ରୁମରେ ଗ୍ରାହକ ଅନେକ ପ୍ରକାରର ଫ୍ରେମ୍ ଓ ଲେନ୍ସ ପାଇପାରିବେ । ଗ୍ରାହକଙ୍କ ମନ ଜାଣି ଶୋ’ ରୁମରେ ଆନ୍ତର୍ଜାତୀୟ ବ୍ରାଣ୍ଡକୁ ସାମିଲ କରାଯାଇଛି ଯେଉଁଥିରେ ଭର୍ସେକ୍, ଗୁଚ୍ଚି ମୌଜିମ୍, ରେ ବ୍ୟାନ୍, ମୋଣ୍ଟ ବ୍ଲାଙ୍କ୍, ବରବରୀ, ପ୍ରାଡ଼ା ଇତ୍ୟାଦି ବ୍ରାଣ୍ଡର କଲେକ୍ସନ ରଖାଯାଇଛି । ଗ୍ରାହକଙ୍କୁ ସମ୍ପୁର୍ଣ୍ଣ ଭାବରେ ସନ୍ତୁଷ୍ଟ କରିବା ସହିତ ମାନବ ସମାଜର ଜୀବନଶୈଳୀ ପରିବର୍ତ୍ତନ କରିବା ଲକ୍ଷରେ ଆରମ୍ଭ ହୋଇଥିବା ‘ହିମାଳୟ ଅପ୍ଟିକାଲ’ର ଏହି ଶୋ’ ରୁମରେ ଆଧୁନିକ ଯନ୍ତ୍ରପାତି ଖଞ୍ଜା ଯିବା ସହିତ ଗ୍ରାହକଙ୍କ ଚାହିଦାନୁସାରେ ସ୍ବୟଂ ଚାଳିତ ରୋବୋଟ୍ ଯନ୍ତ୍ରପାତିର ବ୍ୟବହାର କରାଯାଇଛି ଏଵଂ ଗ୍ରାହକ ଚୟନ କରିଥିବା କିଛି ଲେନ୍ସରେ ରହିଛି ଫ୍ରେମ୍ ସମ୍ପୂର୍ଣ୍ଣ ମାଗଣା। ଚକ୍ଷୁ ଫ୍ୟାସନ୍ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ନୂଆ ବିପ୍ଳବ କହିବା କିଛି ଭୁଲ ହେବନାହିଁ ।

‘ହିମାଳୟ ଅପ୍ଟିକାଲ’ର ପରିଚାଳନା ନିର୍ଦ୍ଦେଶକ ଦେବାଂଶ ବିନାଣୀ ନିଜ ମତ ରଖି କହିଛନ୍ତି ଯେ ଗ୍ରାହକଙ୍କ ସେବା ହେଉଛି ତାଙ୍କର ମୂଳ ଲକ୍ଷ ।ଅନୁଗୁଳରେ ଉଦଘାଟନ ହୋଇଥିବା ଏହି ଶୋ’ ରୁମରେ ଗ୍ରାହକଙ୍କ ପସନ୍ଦକୁ ପ୍ରଥମେ ଧ୍ୟାନ ଦିଆଯିବ । ‘ହିମାଳୟ ଅପ୍ଟିକାଲ’ ହେଉଛି ଏକ ବିଶ୍ବସ୍ତ ସାଥୀ ଯିଏ ନିଜ ଭିଜନ୍ ବା ଚକ୍ଷୁ ପାଇଁ ଖୋଜିଥାନ୍ତି ଏକ ଉତ୍ତମ ଓ ଉନ୍ନତ ସାଥୀ । ଆହୁରି ମଧ୍ୟ ଓଡିଶାବାସୀଙ୍କୁ ନୂଆ ଶୋ’ ରୁମକୁ ଆସିବା ସହିତ ନିଜ ଜୀବନଶୈଳୀକୁ ଏକ ଉନ୍ନତ ଫ୍ରେମ୍ ଓ ଉତ୍ତମ ଲେନ୍ସରେ ଡିଜାଇନ କରିବାକୁ ଅନୁରୋଧ କରିଛନ୍ତି ଦେବାଂଶ ବିନାଣୀ l

Leave A Reply

Your email address will not be published.