ଡିଏଭି ପୋଖରୀପୁଟରେ ‘ହିନ୍ଦୀ ଦିବସ” ପାଳିତ ।
ଭୁବନେଶ୍ବର ତା. ୧୪-୦୯-୨୦୨୩ – ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଡିଏଭି ପୋଖରୀପୁଟରେ ‘ହିନ୍ଦୀ ଦିବସ’ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଈଶ୍ବର ବନ୍ଦନା କାର୍ଯ୍ୟକ୍ରମ ପରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଆମର ରାଷ୍ଟ୍ରଭାଷା ହିନ୍ଦୀର ସମ୍ମାନ, ଭାଷାକୋଷର ସମୃଦ୍ଧି ଓ ଉତ୍ତମ ବ୍ୟବହାର ପାଇଁ ଶପଥ କରାଇଥିଲେ । ଭାଷାର ସରଳତା ଯୋଗୁଁ ହିନ୍ଦୀ ଆଜି ସମୃଦ୍ଧ ହୋଇଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
୧୫୦ କୋଟି ଲୋକଙ୍କର ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ବ୍ୟବହାର ହିନ୍ଦୀ ସାହିତ୍ୟ ଓ ଏହାର ମହାନ ପରମ୍ପରା ଯୋଗୁଁ ଏହାର ପରିସର ମଧ୍ୟ ବହୁତ ବ୍ୟାପକ ବୋଲି କହିଥିଲେ । ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରତିଯୋଗିତା ମାନ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗ ଭିତ୍ତିରେ ଅନୁଷ୍ଠିତ ହୋଇଥୁଲା ଯେଉଁଥ୍ରେ ହିନ୍ଦୀ ପ୍ରବନ୍ଧ ଲିଖନ, କବିତା ଆବୃଦ୍ଧି, ସମାଚାର ପଠନ, ନାଟକ ମଞ୍ଚନ, ଅନ୍ତାକ୍ଷରୀ, ସାଧାରଣଜ୍ଞାନ, ବକ୍ତୃତା ଓ ତର୍କପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ହିନ୍ଦୀ ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଶ୍ରୀ ତରଙ୍ଗିଣୀ, ଶିକ୍ଷକ ଶ୍ରୀ ଶକ୍ତି ପ୍ରସନ୍ନ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିଲାବେଳେ ହିନ୍ଦୀ ଶିକ୍ଷକ ଶ୍ରୀ ମନୋଜ କୁମାର ନାହାକ ଓ ଶ୍ରୀମତୀ ଅର୍ଚ୍ଚନା ତିୱାରି ଧନ୍ୟବାଦ ଅର୍ପଣ କରିଥିଲେ ।