ସୁପ୍ରିକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି
ନୂଆଦିଲ୍ଲୀ(ଆମ ଟିଭି ) : ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି ବା ଗର୍ଭପାତ ଅଧିକାର ଉପରେ ଶୁଶାଣି କରିଛନ୍ତି। ଏହି ସମୟରେ କୋର୍ଟ କହିଛନ୍ତି, ଏମଟିପି ଆକ୍ଟ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି। ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତରଅନ୍ତର କରାଯାଇ ପାରିବ ନାହିଁ। ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।
ଗର୍ଭପାତ ପାଇଁ ବୈବାହିକ ଦୁଷ୍କର୍ମକୁ ଦୁର୍ଷ୍କମ ମଧ୍ୟରେ ଗଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ଏହାର ଅର୍ଥ ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ।
କୋର୍ଟ ଆହୁରି କହିଛନ୍ତି, “ଏକକ କିମ୍ବା ଅବିବାହିତ ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ବାରଣ କରିବା ଓ ବିବାହିତ ମହିଳାଙ୍କୁ ଏଥିପାଇଁ ଅନୁମତି ଦେବା ଧାରା ୧୪ ବା ମୌଳିକ ଅଧିକାରର ମୂଳ ଭାବନାକୁ କ୍ଷତି ପହଞ୍ଚାଇବା ସହ ସମାନ। ଗର୍ଭପାତପାଇଁ ମହିଳାଙ୍କ ବୈବାହିକ ସ୍ଥିତିକୁ ବିଚାର କରାଯିବ ନାହିଁ। ଇଚ୍ଛା ନଥିବା ଗର୍ଭକୁ ଜଣେ ଅବିବାହିତ ମହିଳା ଚାହିଁଲେ ନଷ୍ଟ କରିପାରିବେ। ଏକକ ଓ ଅବିବାହିତ ମହିଳାମାନେ ଏମଟିପି ଆଇନ ଓ ନିୟମ ଅନୁସାରେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ।