ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ

0

ନୂଆଦିଲ୍ଲୀ (ଆମ ଟିଭି): ମହିଳା ଟି୨୦ ବିଶ୍ୱକପରେ ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ। ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଆଇସିସି ବିଶ୍ବକପର କୌଣସି ବର୍ଗରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ କୌଣସି ବର୍ଗରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିନଥିଲା।

କେପ୍ଟାଉନରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ବିଶ୍ବକପର ଅଷ୍ଟମ ସଂସ୍କରଣର ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୬ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ରବିବାର ଖେଳାଯିବ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ତାଜମିନ ବ୍ରିଟ୍ସ ୬୮ ଓ ଲାଉରା ଉଲଭାଡଟ୍ଙ୍କ ୫୩ରନ ସହାୟତାରେ ୧୬୪ରନ କରିଥିଲା। ଜବାବରେ ଇଂଲଣ୍ଡ ୮ ୱିକେଟରେ ୧୫୮ରନ କରିବାକୁ ସକ୍ଷମ ହୋଇଥିଲା। ୧୬୫ରନକୁ ଇଂଲଣ୍ଡ ଦୃଢତାର ସହିତ ପିଛା କରିଥିଲେ ମଧ୍ୟ ମଧ୍ୟକ୍ରମରେ ବ୍ୟାଟିଂ ବିଫଳତା ପାଇଁ ଦଳ ପରାଜିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ବୋଲରମାନେ ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ରୋକିବାରେ ସଫଳ ହୋଇଥିଲେ। ନାଟ୍ ସ୍କିଭର ବ୍ରଣ୍ଟ ୪୦, ଡ୍ୟାନି ୱେଟ୍ ୩୪, ଅଧିନାୟିକା ହେଦର ନାଇଟ୍ ୩୧, ଶୋଫିଆ ଡଙ୍କ୍ଲି ୨୮ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆବାଗୋୟା ଖାଖା ୪ଟି, ସବନିମ ଇସମାଇଲ ୩ଟି ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ମହିଳା ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Leave A Reply

Your email address will not be published.