ନୂଆଦିଲ୍ଲୀ (ଆମ ଟିଭି): ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ଼ । ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାବଙ୍କୀରେ ରବିବାର ଦିନ ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକା ମାଡ଼ ହୋଇଥିବା ଖବର ମିଳିଛି । ଏହାଫଳରେ ଗୋଟାଏ ‘କୋଚ୍’ର ଝରକା କାଚ ଭାଙ୍ଗିଯାଇଥିବା କଥା ‘ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’ କହିଛି।
ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଉକ୍ତ ଟ୍ରେନ୍ ବାରାବଙ୍କୀର ସଫେଦାବାଦ ଷ୍ଟେସନ୍ ନିକଟରେ ହୋଇଥିବା ବେଳେ ଟେକା ମାଡ଼ ହୋଇଥିଲା। ପରେ ଉକ୍ତ ଟ୍ରେନ୍ ପୂର୍ବାହ୍ନ ୧୦.୪୦ରେ ଲକ୍ଷ୍ନୌରେ ପହଞ୍ଚିଥିଲା। ଘଟଣା ସଂକ୍ରାନ୍ତରେ ‘ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’ (ଆର୍ପିଏଫ୍) ‘ଏସ୍କର୍ଟ ଟିମ୍’ ‘କଣ୍ଟ୍ରୋଲ୍ ରୁମ୍’କୁ ସୂଚନା ଦେଇଥିଲେ।