ହକି ବିଶ୍ୱ କପ୍ ୨୦୨୩: ଭୁବନେଶ୍ୱର ଓ ରାଉରକେଲା ପାଇଁ ୨ ବରିଷ୍ଠ ଆଇଏଏସଙ୍କୁ ଦିଆଯାଇଛି ଦାୟିତ୍ୱ

0

ଭୁବନେଶ୍ୱର (ଆମ ଟିଭି): ପୁଣି ବିଶ୍ୱ ଦେଖିବ ଓଡ଼ିଶାର ଜଲୱା । ଓଡ଼ିଶାରେ ହେବ ହକି ବିଶ୍ୱ କପ୍ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ହକି ବିଶ୍ୱକପ୍-୨୦୨୩ ପାଇଁ ଦୁଇ ବରିଷ୍ଠ ଆଇଏଏସଙ୍କୁ ଦିଆଯାଇଛି ପରିଚାଳନା ଦାୟିତ୍ୱ । ଏହି ଦୁଇ ଅଧିକାରୀଙ୍କ ଭିତରୁ ଜଣେ ହେଲେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ଇପିକଲର ପରିଚାଳନା ନିର୍ଦେଶକ ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭୂପେନ୍ଦ୍ର ସିଂହ ପୁନିଆ। ଠିକ୍ ସେହିପରି ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରଘୁ ଜିଙ୍କୁ ବି କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଉଭୟ ଭୂପେନ୍ଦ୍ର ସିଂହ ପୁନିଆ ଓ ରଘୁ ଜି.ଙ୍କୁ ଓଏସଡି ଭାବେ ନିଯୁକ୍ତ କରାଯାଇଛି । ଭୂପେନ୍ଦ୍ର ସିଂ ପୁନିଆଙ୍କୁ ରାଉରକେଲା ଦାୟିତ୍ୱ ଦିଆଯାଇଥିବା ବେଳେ ରଘୁ ଜି.ଙ୍କୁ ଦିଆଯାଇଛି ଭୁବନେଶ୍ବର ଦାୟିତ୍ୱ ।

ତେବେ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବକପ୍-୨୦୨୩କୁ ଆଖି ଆଗରେ ରଖି ଓଡ଼ିଶା ସରକାର ଦୁଇଜଣ ଆଇଏସ ଅଧିକାରୀଙ୍କୁ ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି। ଏମାନେ ନିଜ ନିଜ ବିଭାଗ ସହ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ଜଣାଯାଇଛି। ଏଣେ ଓଡ଼ିଶା ଖଣି ନିଗମ ଓ ଇଡକଲର ପରିଚାଳନା ନିର୍ଦେଶକ ବଲବନ୍ତ ସିଂହଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

Leave A Reply

Your email address will not be published.